
ଗଞ୍ଜାମ;୩୧/୧୦(ମୋର୍ ସମିୟା) ବାତ୍ୟା ଅର୍ଣ୍ଣବ ଲାଗି ପ୍ରଭାବିତ ହେଇଥିଲା ଗଞ୍ଜାମ ଜିଲ୍ଲା ପୁରଷୋତ୍ତମପୁର ଅଞ୍ଚଳ । ସାଧାରଣ ଲୋକେ ନାହିଁ ନଥିବାର ଅସୁବିଧାର ର ସମ୍ମୁଖୀନ ହେଇଥିଲେ । ମୁଠେ ଖାଇବାର ଲାଗି ବି ଲୋକେ ଅନେକ ଅସୁବିଧା ର ସମ୍ମୁଖୀନ ହେଉଛନ। ଆଉ ଏନ୍ତା ପରିସ୍ଥିତି ରେ ବି ଜନ ସାଧାରଣ ବାଛି ଥିବାର ତାଙ୍କର ପସନ୍ଦ ର ନେତା ର ଦେଖା ଦର୍ଶନ ନାଇ ଥିବାର ନୁ ଲୋକଙ୍କର ଅସନ୍ତୋଷ ବଢ଼ବାର ରେ ଲାଗିଥିଲା । ଇ ସମିୟା ରେ ତିନ ଦିନ ପରେ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ପୁରୁଷୋତ୍ତମପୁର ଗାଁର କୁମ୍ଭାରୀ ଗାଁ କେ ବନ୍ୟାଞ୍ଚଳ ପରିଦର୍ଶନ ଲାଗି ଯାଇଥିଲେ । ଆର୍ ଇ ସମିୟା ରେ ସାଧାରଣ ଲୋକେ ତାହାକୁ ଘେରି ଯାଇଥିଲେ । ବାତ୍ୟା ଅର୍ଣ୍ଣବ ପ୍ରଭାବ ରେ ବ୍ୟାପକ କ୍ଷୟକ୍ଷତି ହେଇଥିଲେ ବି କିଛି ସହାୟତା ନାଇ ମିଲିଥିବାର ନୁ ଅସନ୍ତୋଷ ହେଇଥିଲେ ଲୋକେ । ଉତ୍ୟକ୍ତ ଲୋକେ ବିଧାୟକ ଙ୍କର ବେଙ୍କେ ଗାମଛା ପକେଇ ଘିଚି କରି ତଲେ ପକେଇ ଦେଇଥିଲେ । ପୋଲିସ ଉପସ୍ଥିତି ରେବି ବିଧାୟକ ହେଲେ ଆକ୍ରମଣ ର ଶିକାର । ପୋଲିସ ବିଧାୟକ ଙ୍କୁ ଉଦ୍ଧାର କରି ଗାଡ଼ି ରେ ବସେଇ ଦେଇଥିଲେ। ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ ହେବାର ପରେ ସାରା ରାଜ୍ୟ ରେ ଘଟଣା ଚର୍ଚ୍ଚା ର ବିଷୟ ପାଲଟିଛେ ।




