
ଝାରସୁଗୁଡା;୨୬/୦୨(ମୋଟ ସମିୟା) କିର୍ମିରା ବ୍ଲକ୍ ଝାରମୁଣ୍ଡା ଗାଁ ର ନୂଆଁ ବନ୍ଧ୍ ପାଖେ ଥିବା ଜିଅନ୍ତା ଇଲେକ୍ଟ୍ରିକ୍ ଟ୍ରାନ୍ସଫର୍ମର ମେଲା ପଡିଛେ, ଇ ଟ୍ରାନ୍ସଫର୍ମର କେ ଲାଗିକରି ଛୁଟିଆ ପାଦଚଲା ବାଟ୍ ଟେ ଅଛେ, ଯେନ ଲୋକମାନେ ପାଖେ ଥିବାର୍ ନୂଆ ବନ୍ଧ କେ ଗାଧବାର୍ ଲାଗି ଯାଏସନ୍, ଆର୍ ଗାଏଗରୁ ପଶୁପକ୍ଷୀ ମାନେ ବି ଟ୍ରାନ୍ସଫର୍ମର ର ଚାରିଆଡେ ଚରାବୁଲା କରସନ୍। ଫେଜ୍ ତାର୍ ମାନେ ମେଲା ପଡିଥିବାର୍ ବେଲେ ଗାଏଗରୁ ପଶୁପକ୍ଷୀ ଇ ତାର୍ ର ସଂସ୍ପର୍ଶ ରେ ଆସଲେ ଦୁର୍ଘଟଣା ଘଟିପାରେ, ତଥା ଅନ୍ଧାର ରାତି କେହି ଇ ବାଟ୍ ଦେଇ ଗଲେ ପଡି ହାବଡି ହେବାର୍ ସମ୍ଭାବନା ରହିଛେ, ପାଦଚଲା ବାଟ୍ ଟା ଟ୍ରାନ୍ସଫର୍ମର ର ପୁରା ପାଖେ ଥିବାର୍ ଲାଗି ଅସୁବିଧା ହୋଇପାରେ ଆଉ ଟ୍ରାନ୍ସଫର୍ମର କେ ବିଦ୍ୟୁତ ବିଭାଗ ତରଫରୁ ପୁରାପୁରି କାଁଥି ଦେଇକରି କଭର୍ କରାଯାଉ ବୋଲି ଗାଁ ବାଲେ ଦାବି କରୁଛନ୍