ଲାଞ୍ଜିଗଡ଼ ରେ ୧୧୦୧ ପରୀକ୍ଷାର୍ଥୀ ରୁ ପରୀକ୍ଷା ନାଇ ଦେଇ ୧୫ଜନ୍
କପି ଅଟକାବାର କେ ନୂଆ ଫର୍ମୁଲା

ଲାଞ୍ଜିଗଡ଼,୨୧/୦୨(ମୋର୍ ସମିୟା):ସାରା ଓଡ଼ିଶାରେ ଆରମ୍ଭ ହେଇ ଯାଇଛେ ମାଟ୍ରିକ ପରୀକ୍ଷା। ପରୀକ୍ଷା ଦେଉଛନ୍ ହଜାର ହଜାର ପରୀକ୍ଷାର୍ଥୀ। ଇହାଦେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ୮ଟା ପରୀକ୍ଷା ସେଣ୍ଟରରେ ଆଜି ଶୁକ୍ରବାର ମାଟ୍ରିକ ପରୀକ୍ଷା ଦେଲେ ୧୦୮୬ ଜଣ ଛାତ୍ରଛାତ୍ରୀ। ଇ ପରୀକ୍ଷା ଫେବୃଆରୀ ୨୧ ତାରିଖରୁ ଆରମ୍ଭ ହେଇକରି ମାର୍ଚ୍ଚ ୬ ତାରିଖରେ ଶେଷ୍ ହେବା। କପି ରୋକବାର କେ ନୂଆଁ ଫର୍ମୂଲା ସ୍ବରୂପ୍, ଇଥର ଦେଢ଼ ଘଣ୍ଟା ଆଗରୁ ପରୀକ୍ଷା ହଲକେ ଯାଇଥିଲେ ପରୀକ୍ଷାର୍ଥୀ ମାନେ। ଅର୍ଥାତ୍ ସକାଲର୍ ୯ ବଜେ ପରୀକ୍ଷା ଆରମ୍ଭ ହେବାର ଥିବାର ବେଲକେ ସକାଲୁ ସାଢ଼େ ୭ ଟାରୁ ପରୀକ୍ଷା ସେଣ୍ଟର ଭିତରକେ ପରୀକ୍ଷାର୍ଥୀ ମାନକେ ଛଡାଯାଇଥିଲା। ଲାଞ୍ଜିଗଡ଼ ବ୍ଲକର ୮ଟା ପରୀକ୍ଷା ସେଣ୍ଟର ଭିତରୁ ବିଶ୍ୱନାଥପୁର ଗୋପବନ୍ଧୁ ହାଇସ୍କୁଲରେ ୧୩୮ ଜଣ,ଲାଞ୍ଜିଗଡ଼ ହାଇ ସ୍କୁଲରେ ୧୪୯ ଜଣ,ଲାଞ୍ଜିଗଡ଼ ଏସଏସଡି ହାଇ ସ୍କୁଲରେ ୧୩୦ ଜଣ,ଲାଞ୍ଜିଗଡ଼ରୋଡ଼ ହାଇ ସ୍କୁଲରେ ୧୫୧ ଜଣ,ଲାଖବାହାଲି ହାଇସ୍କୁଲରେ ୬୮,ବେନଗାଁ ହାଇସ୍କୁଲରେ ୧୨୯ ଜଣ,ମଧୁପୁର ହାଇସ୍କୁଲରେ ୧୫୪ ଜଣ ଆଉ ଯୋଡ଼ାବନ୍ଧ ହାଇ ସ୍କୁଲରେ ୧୮୨ ଜଣ ପରୀକ୍ଷାର୍ଥୀଙ୍କର ସାଙ୍ଗେ ଟୋଟାଲ୍ ୧୧୦୧ ଜଣ ପରୀକ୍ଷାର୍ଥୀଙ୍କର ସେଣ୍ଟର ଚୟନ ହେଇଥିଲା। ଆଜି ଶୁକ୍ରବାର ପହେଲା ଦିନ୍ ରେ ଓଡ଼ିଆ ପରୀକ୍ଷା ଥିବାର ବେଲେ ୧୧୦୧ ଜଣ ପରୀକ୍ଷାର୍ଥୀଙ୍କର୍ ଭିତରୁ ୧୦୮୬ ଜଣ ପରୀକ୍ଷା ଦେଇଥିଲେ ଆଉ କେନସି କାରନ୍ ରୁ ୧୫ ଜଣ ଅନୁପସ୍ଥିତ ରହିଥିବାର୍ ଜନାପଡ଼ିଛେ।ଲାଞ୍ଜିଗଡ଼ ବ୍ଲକର ୮ଟା ପରୀକ୍ଷା ସେଣ୍ଟରର ନୋଡ଼ାଲ୍ ସେଣ୍ଟର ଭାବେ ବିଶ୍ୱନାଥପୁର ଗୋପବନ୍ଧୁ ହାଇସ୍କୁଲକେ କରାଯାଇଥିବାର ବେଲେ କଡ଼ା ସୁରକ୍ଷା ବଳୟ ଭିତରେ ୨୪ ଘଣ୍ଟିଆ ପୁଲିସ ପହରା ଦେଉଥିବାର୍ ଲାଞ୍ଜିଗଡ଼ ଏବିଇଓ ସୁଢ଼ଳଦେବ ମୁଣ୍ଡ ଙ୍କର୍ ଠାରୁ ସୂଚନା ମିଳିଛେ।ଏସବୁ ପରୀକ୍ଷା ସେଣ୍ଟର ମାନ୍ କର୍ ସୁରକ୍ଷାକେ ଦୃଷ୍ଟିରେ ରଖି ଲାଞ୍ଜିଗଡ଼,ବିଶ୍ୱନାଥପୁର,ବିଜେପୁରଆଉ ସିକେରକୁପା ପୁଲିସ ଆଡ଼ୁ ପୁଲିସ କର୍ମଚାରୀ ଆଉ ପୁଲିସ ବଳ ମୃତୟନ କରାଯାଇଥିଲା।