
ବଲାଙ୍ଗିର;୨୬/୦୫(ମୋର୍ ସମିୟା) ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଳକ୍ କୁଲଥିପାଲି ଗାଁ ରେ ଦୁର୍ନିତି ର ଖବର ପ୍ରସାରଣ କରିଯାଇ ମରଣାନ୍ତକ ଆକ୍ରମଣ ର ଶିକାର ହେଇଥିଲେ ସାମ୍ବାଦିକ । ସାମ୍ବାଦିକ ହେଲେ ବିଜୟ କୁମାର ପ୍ରଧାନ । ତାଙ୍କୁ ଠିକାଦାର ର ଗୁଣ୍ଡା ମାନେ ହାତଗୋଡ଼ ବାନ୍ଧି କରି ନିର୍ମମ ଭାବେ ମାଡ଼ ମାରିଥିଲେ । ମାଡ଼ମାରି ଗାଁ ରେ ୨ ଘଣ୍ଟା ହାତଗୋଡ ବାନ୍ଧି ପକେଇ ଦେଇଥିବାର ଖବର ସାରା ରାଜ୍ୟ ରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ।
ଆଜି ପାହାତିଆ ରୁ ପୋଲିସ ଦୁଇ ମୁଖ୍ୟ ଅଭିଯୁକ୍ତ ଆଦିତ୍ୟ ଜେନା ଓ ଅବିନାଶ ଦଳାଇ କେ ଗିରଫ କରିଛେ ବଲାଙ୍ଗିର ପୋଲିସ । ଠିକାଦାର ଗଜେନ୍ଦ୍ର ଦେଲେଇ ଏବେବି ଫେରାର ଥିବାର ସୂଚନା । ଏବେବି ବି ପୋଲିସ ଅନ୍ୟ ଅଭିଯୁକ୍ତ କେ ଖୁଜୁଥିବାର ଜଣାପଡ଼ିଛେ । ଘଟଣା କେ ୪ ଦିନ ହେବାର ଉତାରୁ ୨ ଜଣ କେ ଗିରଫ କରିଛେ ପୋଲିସ ।