ସମ୍ବଲପୁର ଲଡୁଖାଇ ରେ ଡ଼ିଭାଇଡ଼ର କେ ପିଟଲା କାର,ଗଲା ୨ ଜଣଙ୍କର ଜୀବନ,ଗାଡ଼ି କୁରକୁଟି ।
ଦୃତଗତି ହେଲା ମହାବିପତ୍ତି।

ସମ୍ବଲପୁର;୨୫/୦୫(ମୋର୍ ସମିୟା) ସମ୍ବଲପୁର ବୁର୍ଲା ଥାନା ଲଡୁଖାଇ ରେ କାର୍ ଦୁର୍ଘଟଣା । ଦୁର୍ଘଟଣା ରେ ୨ ଜଣକର୍ ଜୀବନ ଯାଇଥିବାର ସାଙ୍ଗେ ୨ ଜଣ ଗୁରୁତର ଅଛନ୍ । ଗଲା କାଲି ରାତି ୪ ଜଣ ସାଙ୍ଗ କାର ରେ ଢାବା ନୁ ଖାଇ କରି ରାତି ପ୍ରାୟ ୧୧ ବଯେ ସମ୍ବଲପୁର ନୁ ଗୋଡ଼ଭଗା କେ ଫିରୁଥିଲେ । କାର ପହେଲା ଡିଭାଇଡ଼ର ସାଙ୍ଗେ ପିଟି ହେଇକରି ରାସ୍ତା ର ଆରଫାଲ୍ କେ ଲେହେଟି ପଡବାର ନୁ ଗୁଟେ ଟ୍ରକ୍ ସାଙ୍ଗେ ଧକ୍କା ହେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ୨ ଜଣ ଙ୍କର ଜୀବନ ଚାଲି ଯାଇଥିବାର ସାଙ୍ଗେ ଗାଡ଼ି ସାମ୍ନା କୁରକୁଟି ହେଇ ଜାଇଥିଲା । ଗାଡ଼ି ନମ୍ୱର୍ ଏଚ୍ଆର୍ ୫୧ ବିବି ୦୭୯୦ । ୨ ଗୁରୁତର କେ ବୁର୍ଲା ଭିମସାର ରେ ଭର୍ତ୍ତି କରାଯାଇଛେ । ଗାଡ଼ି ଦୃତଗତି ରେ ଥିବାର ନୁ ଦୁର୍ଘଟଣା ଘଟିଥିବାର ସନ୍ଦେହ। କାର ରେ ଥିବାର ଯୁବକ ମାନେ ହେଲେ ଗୋଡ଼ଭଗା ଅଞ୍ଚଳ ର ଆକାଶ ପଟ୍ଟନାୟକ, ସୁବ୍ରତ ସାହୁ, ସୌରଭ ଗୁପ୍ତା ଓ ମନିସ ଯାଦବ।
ପୋଲିସ ଘଟଣା ସ୍ଥଳରେ ପହଞ୍ଚି କରି ତଦନ୍ତ ଆରମ୍ଭ କରବାର ସାଙ୍ଗେ ଦୁର୍ଘଟଣା ଗାଡ଼ି କେ ଜବତ କରିଛେ ।