
ଭୁବନେଶ୍ୱର;୧୫/୧୨(ମୋର୍ ସମିୟା) କଂଗ୍ରେସ ରୁ ବହିଷ୍କୃତ ହେଲେ ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମ। ଦଳ ବିରୋଧୀ କାମ ଲାଗି ଦଳ ର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ। ଗଲା କିଛି ଦିନ ଆଗରୁ ସୋନିଆ ଗାନ୍ଧୀ ଙ୍କୁ ଚିଠି ଲେଖି ପିସିସି ସଭାପତି ଭକ୍ତ ଦାସ ଙ୍କର ନେତୃତ୍ୱ କେ ନେଇ ପ୍ରଶ୍ନ ଉଠେଇଥିଲେ ମୋକିମ୍ । ସେ ଚିଠି ରେ ସେ ଲେଖିଥିଲେ ନୂଆପଡ଼ା ଉପ ନିର୍ବାଚନ କଂଗ୍ରେସ ତାଙ୍କର ନେତୃତ୍ଵ ରେ ୮୫ ହଜାର ଭୋଟ ରେ ହାରିଛେ । ତାଙ୍କର ସଂସଦୀୟ କ୍ଷେତ୍ରରେ କର୍ମୀ ତାହାକୁ ବିଶ୍ଵାସ ନାଇ କରବାର । ୩ ଥର ଲୋକସଭା ନିର୍ବାଚନ ହାରିଥିବାର ଭକ୍ତ ଦାସ ଙ୍କୁ ଦଳ ର ନେତୃତ୍ଵ ମିଲିଛେ । କଂଗ୍ରେସ ର ପୁନର୍ଜୀବନ ଲାଗି ନୂଆ ଯୁବ ନେତୃତ୍ବ ଆବଶ୍ୟକ। ସୋନିଆ ଗାନ୍ଧୀ ଙ୍କୁ ଇ ଚିଠି ଲେଖବାର ପରେ କଂଗ୍ରେସ ମହଲ ରେ ଅସନ୍ତୋଷ ଦେଖବାର ମିଲିଥିଲା । ସୋନିଆ ଗାନ୍ଧୀ ଙ୍କୁ ଦଳ ର କାର୍ଯ୍ୟକର୍ତ୍ତା ଙ୍କର ଉପରେ ଚ୍ୟାଲେଞ୍ଜ ଦେଇ ଚିଠି ଲେଖବାର ହେଲା କାଲ। ପିସିସି ସଭାପତି ଭକ୍ତ ଦାସ ଙ୍କର ପ୍ରସ୍ତାବ କେ ଏଆଇସିସି ଅନୁମୋଦନ କରି ମହମ୍ମଦ ମୋକିମ ଙ୍କୁ ଆଜି ଦଳ ରୁ ବହିସ୍କାର କରାଯାଇଛେ ।




