ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ଘଟଣା ରେ ୨୮ ତାରିଖ ଆସୁଛେ ରାୟ।
ଉଭୟ ପକ୍ଷ ଓକିଲ ରଖି ସାରିଛନ ମତ।

ବଲାଙ୍ଗିର;୧୫/୦୫(ମୋର୍ ସମିୟା) ୨୦୧୮ ମସିହା ଫେବୃୟାରୀ ମାସର ୨୨ ତାରିଖ ପାଟଣାଗଡ଼ ପାର୍ସଲ ବୋମା ଘଟଣା ସାରା ରାଜ୍ୟ ରେ ଚହଲ ସୃଷ୍ଟି କରିଥିଲା । ଇ ଘଟଣା ରେ ନବବିବାହିତ୍ ସୌମ୍ୟ ରଞ୍ଜନ ସାହୁ ଓ ତାଙ୍କର ଜେଜେମା ଙ୍କର ଘଟଣା ସ୍ଥଳ ରେ ମୃତ୍ୟୁ ହେଇଥିଲା । ଇ ଘଟଣା ର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବାର ଭଇଁଶା କଲେଜ ର ଅଧ୍ୟାପକ ପୁଞ୍ଜିଲାଲ ମେହେର ବଲି ଜଣା ପଡିଥିଲା । ସୌମ୍ୟଶେଖର ଙ୍କର୍ ବାହାଘର କେ ଉପହାର ଭିତରେ ବମ୍ ପଠେଇ ଥିବାର ଜଣାପଡ଼ିଥିଲା । ପରେ ପୁଞ୍ଜିଲାଳ କେ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ। ଉପହାର ଖୁଲବାର ସମିୟା ରେ ହେଇଥିଲା ଭୟଙ୍କର ବିସ୍ପୋରଣ। ଚାଲିଯାଇଥିଲା ୨ ଟା ଜୀବନ । ଓ ସୌମ୍ୟ ଙ୍କର ପତ୍ନୀ ହେଇଥିଲେ ଗୁରୁତର ଆହାତ। ସେତେ ଦିନୁ ପଞ୍ଜିଲାଲ ବିଚାରଧୀନ କଏଦୀ ଭାବେ ଦିନ କାଟୁଛେ ।
ଗଲାକାଲି ସରିଛେ ଉଭୟ ପକ୍ଷ ଓକିଲ ଙ୍କର ମତ। ପୁଞ୍ଜିଲାଲ୍ ଙ୍କର ଓକିଲ୍ ପ୍ରମୋଦ ମିଶ୍ର କହିଛନ୍ ପଞ୍ଜିଲାଲ କେ ଫସେଇ ଦିଆଯାଇଛେ । ପୁଞ୍ଜିଲାଲ୍ ଙ୍କର ଉପରେ ଯେତେ ଅଭିଯୋଗ ନାଇ ଆସି ଅଲଗା ମାନଙ୍କର ଉପରେ ଅଧିକା ଅଭିଯୋଗ ଆସିଛେ । ଆମର ତଦନ୍ତ ଠିକ୍ ବାଟେ ନାଇଯାଇ କହିଛନ୍ ପଞ୍ଜିଲାଲ ଙ୍କର ଓକିଲ।
ଅନ୍ୟ ପକ୍ଷ ର ଓକିଲ ଚିତ୍ତରଞ୍ଜନ କାନୁନଗୋ କହିବାର ହିସାବ ରେ ତଦନ୍ତ ଠିକ୍ ଭାବେ ହେଇଛେ । ଆମେ ନ୍ୟାୟ ପାଇମୁ କହିଛନ ।
ଆଏବାର୍ ୨୮ ତାରିଖ ରାୟ ସୁନାବେ କୋର୍ଟ। ନ୍ୟାୟ ଆଶାରେ ଉଭୟ ପରିବାର ।