ତାଜା ଖବର

ଓଡ଼ିଶା ରେ ପହଞ୍ଚିଲେ ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ।

ଭୁବନେଶ୍ଵର;୧୭/୧୦ (ମୋର୍ ସମିୟା) ଓଡ଼ିଶା ରେ ପହଞ୍ଚିଲେ ନବ ନିଯୁକ୍ତ ରାଜ୍ୟପାଳ ବ୍ରଜ ମୋହନ ରାମ। ଭୁବନେଶ୍ଵର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ରେ ପହଞ୍ଚିଲା ପରେ ଗାର୍ଡ ଅଫ୍ ଅନର୍ ସାଙ୍ଗେ ରାଜ୍ୟପାଳ ଙ୍କୁ ଭବ୍ୟ ସ୍ୱାଗତ । ରାଜ୍ୟପାଳ ଙ୍କୁ ସ୍ଵାଗତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ବାଚସ୍ପତି ସୁରମା ପାଢୀ,ଅନେକ ନେତା ମନ୍ତ୍ରୀ ଆର୍ ମୁଖ୍ୟ ଶାସନ ସଚିବ। ବିମାନ ବନ୍ଦର ନୁ ପୁରୀ ଯାଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ର ଦର୍ଶନ ସାରି ସନ୍ଧ୍ୟା ରେ ଫେର୍ ଲୋକସେବା ଭବନ ରେ ପହଞ୍ଚିବେ ରାଜ୍ୟପାଳ । ରବିବାର ସକାଳେ ୧୧ ବଜେ ଲୋକସେବା ଭବନ ର ନୂଆ ଅଭିଷେକ ହଲ ରେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓଡ଼ିଶା ର ରାଜ୍ୟପାଳ ବ୍ରଜ ମୋହନ ରାମ ଙ୍କୁ ଶପଥ ଗ୍ରହଣ କରାଇବେ। ଶପଥ ଗ୍ରହଣ ଉତ୍ସବ ଲାଗି ଲୋକସେବା ଭବନରେ ଜୋରଦାର ପ୍ରସ୍ତୁତି। ରାଜ୍ଯପାଳ ଙ୍କର ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ,ମନ୍ତ୍ରୀ ମଣ୍ଡଳ ର ସଦସ୍ୟ,ବିଧାୟକ, ସାଂସଦ, ରାଜ୍ୟ ସରକାର ଙ୍କର ବଶିଷ୍ଠ ଅଧିକାରୀ,ରାଜ୍ୟପାଳ ଙ୍କର ସାଙ୍ଗେ ଆସିଥିବାର ଝାରଖଣ୍ଡ ରୁ ଅତିଥି ସାମିଲ ହେବାର ସୂଚନା ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!