ତାଜା ଖବର

ଲାଞ୍ଜିଗଡ଼ ରେ ଲାଇନ କଟିଗଲେ ଜିଓ ନେଟୱାର୍କ ସେବା ଠପ୍।

କାମ ନାଇଁ କରବାର୍ ଇଣ୍ଟରନେଟ୍ କି ଯିବାର୍ ନାହିଁ ଫୋନ କଲ୍ ।

ଲାଞ୍ଜିଗଡ;୦୧/୦୬(ମୋର୍ ସମିୟା)କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ଅଞ୍ଚଲ ଗୁଟେ ଶିଳ୍ପାଞ୍ଚଲ୍ ହେଇଥିବାର୍ ବେଲେ ଅନେକ ଲୋକ ବିଭିନ୍ନ ପ୍ରକାର ସିମ୍ ବ୍ୟବହାର କରୁଛନ୍ ହେଲେ ସେଥିର୍ ଭିତରୁ ଜିଓ କମ୍ପାନୀ ସିମ୍ ଅଲଗ୍ ଆଏ। ଅଲଗା ନେଟୱାର୍କ ସିମ୍ ବଦଲା ଜିଓ ସୀମ୍ ର ଗ୍ରାହକ ଅଧିକା ଥିବାର୍ର ବେଲେ ଇହାଦେ ସେଇ ଜିଓ ସିମ୍ ପ୍ରତି ଗ୍ରାହକ ମାନଙ୍କର୍ ଅସନ୍ତୋଷ ବଢ଼ବାରେ ଲାଗିଛେ।କାରଣ ଲାଞ୍ଜିଗଡ଼ନେ ବିଜଲୀ ଚାଲିଗଲେ ଜିଓର ଇଣ୍ଟରନେଟ କାମ କରବାର୍ ତ ଦୂରର କଥା ଫୋନ୍ କଲ୍ ବି ଭଲ ଭାବେ ଶୁଣା ନାଇଁ ଯାଉଛେ।ଇହାଦେ ସୋସିଆଲ ମେଡିଆ ଯୁଗନେ ବିନା ଇଣ୍ଟରନେଟରେ କୌଣସି କାମ ହେଇ ନାଇଁପାରେ।ଲାଞ୍ଜିଗଡ଼ ସହରଥି ଲୋକେ ଅଧିକ ମାତ୍ରାରେ ଏଇ ସିମ୍ କାର୍ଡ ବ୍ୟବହାର କରୁଛନ୍ କିନ୍ତୁ ଦୁଇମାସ ହେଲାନ ଇଣ୍ଟରନେଟ୍ ସେବା ଠିକରେ ନାଇଁ ମିଲବାର୍ ଯୋଗୁଁ ଶେଷରେ ସିମ୍ ବଦଳେଇବାକେ ବାଧ୍ୟ ହେଉଛନ୍ ଗ୍ରାହକ୍।ଡିଜିଟାଲ ଯୁଗେ ବିନା ଇଣ୍ଟରନେଟରେ ବହୁତ ଅସୁବିଧା ଭୋଗୁଛନ୍ ଉପଭୋକ୍ତା।ବିଜଲି(ଲାଇନ୍) ଗଲେ ଇଣ୍ଟରନେଟ୍ ଆଉ ଫୋନ୍ କଲ କାମ୍ ନାଇଁ କରବାର୍ ସେଥିର ପାଇଁ ଇତାକେ ନେଇ ଅଞ୍ଚଳବାସୀଙ୍କର୍ ଭିତରେ ଅସନ୍ତୋଷର ବାତାବରଣ ଦେଖାଦେଇଛେ।ଇ ବିଷୟନେ ନେଟୱାର୍କ ବିଭାଗର ଅକ୍ଷୟ କୁମାର ମଲ୍ଲିକ କେ ପଚରାବାରନୁ ସେ କହେଲେ ରାଜବାଟୀ ଭିତରେ ଗୋଟେ ଜେନେରେଟର୍ ଲାଗିଥିଲା ସେଇଟା ଖରାପ୍ ହୋଇଯାଇଛେ ସେଥିର ଲାଗି ଲାଇନ୍ କଟିଗଲେ ତାର ବେକପ୍ ନାଇଁ ନେଇଥିବାର୍ ଯୋଗୁଁ ଇଣ୍ଟରନେଟ ଆଉ ଫୋନ୍ କଲ୍ ର ବାଧାପ୍ରାପ୍ତ ହେଉଛେ। ନୁଆଁ ଜେନେରେଟର ପାଇଁ ଉପରିସ୍ତ ଅଧିକାରୀକେ ଜଣେଇଦିଆଯାଇଛେ ସେଇଟା ଅନୁମୋଦନ ହେଲେ ଲାଗବା। ଇଆଡ଼େ ଲାଞ୍ଜିଗଡ଼ ଅଞ୍ଚଳବାସୀ ଇତାକେ ନେଇ ଆନ୍ଦୋଲନ ପାଇଁ ସଜବାଜ ହେବାକେ ବସିଲେନ। ଆଗାମୀ ଦିନକେ ଗୁଟେ ବଡ଼ ଧରଣର ଆନ୍ଦୋଳନକେ ଏଡେ଼ଇ ଦିଆ ଯାଇ’ନାଇଁ ପାରେ।ସେଥିର ପାଇଁ ଏଥିର ପ୍ରତି ବିଭାଗୀୟ ଅଧିକାରୀ ତୁରନ୍ତ ଦୃଷ୍ଟି ଦେବାର ଆବଶ୍ୟକତା ରହିଛେ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!