ତାଜା ଖବର

ଆରପାରିରେ ବିଶିଷ୍ଠ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ।

ଭୁବନେଶ୍ଵର;୨୧/୦୮(ମୋର୍ ସମିୟା) ଓଡ଼ିଆ ସଙ୍ଗୀତ ଜଗତ ରେ ଶୋକ ର ଛାୟା। ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ପରଲୋକ। ଭୁବନେଶ୍ଵର ର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ପରଲୋକ ଘଟିଛେ। ମୃତ୍ୟୁ ବେଳେ ତାହାକୁ ୮୮ ବର୍ଷ ହେଉଥିଲା। ତାଙ୍କର ଜନ୍ମ ୧୯୩୮ ଜାନୁଆରୀ ୨୦ । ତାଙ୍କ ବାପା ଲାଲମୋହନ ପଟ୍ଟନାୟକ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିବାର ସାଙ୍ଗେ ସ୍ୱାଧୀନତା ଆଗରୁ ଓଡ଼ିଶା ବିଧାନସଭା ର ବାଚସ୍ପତି ମଧ୍ୟ ଥିଲେ । ୧୯୫୮ ମସିହା ରେ ମା ଚଳଚ୍ଚିତ୍ର ନୁ ଗୀତ ଗାଇବା ଆରମ୍ଭ କରିଥିଲେ ପ୍ରଣବ । ପରେ ପରେ ସିନ୍ଦୂର ବିନ୍ଦୁ,ଶେଷ ଶ୍ରାବଣ, ଚିହ୍ନା ଅଚିହ୍ନା, ଲୋକନାଥ, ସୂର୍ଯ୍ୟମୁଖୀ ଏମିତି ଅନେକ ଚଳଚିତ୍ର ରେ ଗୀତ ଗାଇ ଅନେକ ଲୋକପ୍ରିୟତା ହାସଲ କରିଥିଲେ। ସେ ଅନେକ ରାଜ୍ୟ ଓ ଜାତୀୟ ସ୍ତର ରେ ପୁରସ୍କୃତ ମଧ୍ୟ ହେଇଛନ୍ତି। ୨୦୧୬ ରେ ଓଡିଆ ସିନେମା ଜଗତ ର ସର୍ବୋଚ୍ଚ ସମ୍ମାନ ଜୟଦେବ ପୁରସ୍କାର ମଧ୍ୟ ପାଇଥିଲେ । ଅନେକ ଭଜନ,ଓଡ଼ିଆ ଗୀତ ଗାଇ ସେ ଘରେ ଘରେ ବେଶ ପରିଚିତ। ତାଙ୍କର ଅକାଳ ବିୟୋଗ ରେ ଓଡ଼ିଆ ସଙ୍ଗୀତ ଓ ସିନେମା ଜଗତ ରେ ଶୋକ ର ଛାୟା।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!