ତାଜା ଖବର

ଲେହିଡି ଗାଁରେ ଗୋଶାଳା ପାଇଁ ଭୂମି ପୂଜନ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ।

ସୁବର୍ଣ୍ଣପୁର;୨୧/୦୮(ମୋର୍ ସମିୟା) ଉଲୁଣ୍ଡା ବ୍ଲକ ମୁଣ୍ଡଘାଟ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଲେହିଡି ଗାଁରେ ଗୋଶାଳା ପାଇଁ ଭୂମି ପୂଜନ ଓ ବୃକ୍ଷ ରୋପଣ କାର୍ଯ୍ୟ କ୍ରମ ଆଜି ଅନୁଷ୍ଠିତ ହୋଇ ଯାଇଛି।ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଡ଼.ନୃପରାଜ ସାହୁ ଯୋଗ ଦେଇଥିବା ବେଳେ ଅତିଥି ଭାବରେ ସମାଜସେବୀ ଗୋବିନ୍ଦ ମହାରଣା, ଅବସରପ୍ରାପ୍ତ ଶିକ୍ଷକ ବେଣୀମାଧବ ମହାପାତ୍ର,ବନପାଳ ପ୍ରଦୀପ କୁମାର ଜେନା ଙ୍କ ସମେତ ଶତାଧିକ ଗ୍ରାମବାସୀ ନିଜକୁ ସାମିଲ କରିଥିଲେ। ଗୋସୁରକ୍ଷା ନିମିତ୍ତ ସୁନ୍ଦର ପ୍ରୟାସ କରିଥିବା ଗ୍ରାମବାସୀଙ୍କୁ ଜିଲ୍ଲାପାଳ ସାବାସୀ ଦେବା ସହିତ ଗାଈମାନଙ୍କ ଉଚିତ ସେବା କରିବା ପାଇଁ ପରାମର୍ଶ ଦେଇଥିଲେ | ଏହି ମହାନ କାର୍ଯ୍ୟକୁ କାଞ୍ଜିନିଆଲ ଆଣ୍ଡ ଇଗଲିଟାରୀୟାନ NGO ତୁଲାଇବା ପାଇଁ ଆଗେଇ ଆସିଛି | ବହୁସଂଖ୍ୟକ ଗ୍ରାମବାସୀ ଓ ଗୋସେବାବ୍ରତୀ ବ୍ୟକ୍ତିବିଶେଷ ଉପସ୍ଥିତ ରହି ସୁନ୍ଦର ସୁନ୍ଦର ମତାମତ ଦେଇ ନିଜେ ଖୁସି ବ୍ୟକ୍ତ କରିଥିଲେ | ଏହି କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ପିତାମ୍ବର ମହାପାତ୍ର, ଶ୍ରୀଯୁକ୍ତ ସଞ୍ଜୟ କୁମାର ସାହୁ ବିଶ୍ୱମ୍ବର ମହାପାତ୍ର, ସତ୍ୟନାରାୟଣ କର୍ଣ୍ଣ,କିଶୋର ପାତ୍ର, ରସିନ ସେଠୀ,ଅଭ୍ୟା ସେଠୀ, ଙ୍କ ସମେତ ସତାଧିକ ଗ୍ରାମବାସୀ ଉପସ୍ଥିତରହି ଭୂମିପୂଜନ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ |

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!