ଅପରାଧତାଜା ଖବରମୋର ସମୀୟା ଏକ୍ସକ୍ଲୁସିଭ

ବରଗଡ଼ ପୁରୁଣା ସିଏଚସି ରେ ଡାକ୍ତର ଙ୍କୁ ମରଣାନ୍ତକ ଆକ୍ରମଣ ।

ଡାକ୍ତରଖାନାରେ ଡାକ୍ତର ଅସୁରକ୍ଷିତ।

ବରଗଡ଼;୨୦/୦୭(ମୋର୍ ସମିୟା) ଡାକ୍ତରଖାନାରେ ଅସୁରକ୍ଷିତ ଡାକ୍ତର । ବରଗଡ଼ ପୁରୁଣା ସ୍ୱାସ୍ଥ୍ୟକେନ୍ଦ୍ର (CHC) ରେ ଗଲାକାଲି ବିଳମ୍ବିତ୍ ରାତି ରେ କାର୍ଯ୍ୟରତ ଡାକ୍ତର ଙ୍କୁ ମରଣାନ୍ତକ ଆକ୍ରମଣ। କାର୍ଯ୍ୟରତ ଡାକ୍ତର ହେଲେ ସୁଦୀପ୍ତ କୁମାର ରାଉତ । ମାଡ଼ ମାରିଥିବାର ଯୁବକ ହେଲେ ଗଙ୍ଗାଧର ନଗର ୱାର୍ଡ ନଂ ୧୪ ର ବିକି ସିଂ । ବିକି ନିଜର ରକ୍ତଚାପ ଦେଖବାର ଲାଗି ଡାକ୍ତର କେ କହିଥିଲେ କିନ୍ତୁ ଡାକ୍ତର ଆପଣ ଏବେ ଦୌଡ଼ି କରି ଆସିଛନ ଟିକେ ଆରାମ୍ କରୁନ ତାର ପରେ ଚେକ୍ କରମା କହିବାର ନୁ ଉତ୍ତେଜିତ ହେଇ ଗୁଟେ କାଠ ର ଷ୍ଟୁଲ ରେ ଡାକ୍ତର ଙ୍କର ମୁଡେ ହାପସି ଦେଇଥିଲେ । ଯାହାର ଫଲ ରେ ଡାକ୍ତର ଙ୍କର ମୁଡ଼ ଫାଟି ଯାଇ ରକ୍ତ ବାହାରିଥିଲା । ସେ ଡାକ୍ତର କେ ମାଡ଼ ମାରବାର ସାଙ୍ଗେ ଭିନଭିନ୍ ସମାନ ଭଙ୍ଗାରୁଜା ବି କରିଥିଲେ । ପରେ ଆହତ ଡାକ୍ତର ଙ୍କୁ ଚିକିତ୍ସା କରିଥିଲେ କର୍ମଚାରୀ । ଏନେଇ ସିଏଚସି ର କର୍ମଚାରୀ ମାନେ ବରଗଡ଼ ଟାଉନ୍ ଥାନା ରେ ଲିଖିତ ଅଭିଯୋଗ କରି ଅଭିଯୁକ୍ତ କେ ଗିରଫ୍ କରି ତୁରନ୍ତ କଠୋର ଦଣ୍ଡ ଦିଆଯାଉ ବଲି ଦାବି କରିଥିଲେ । ଅଭିଯୋଗ ପରେ ବିକି ସିଂ ଙ୍କୁ ପୋଲିସ ଥାନା ରେ ଅଟକ ରଖିଥିବା ସୂଚନା ମିଲିଛେ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!