ତାଜା ଖବର

ମାଡ଼ି ଆସୁଛେ ବଏଡ଼ ପାଏନ୍, ଗାଁ ଛାଡ଼ବାର କେ ଆସଲା ନୋଟିସ୍ ।

ବଲାଙ୍ଗିର;୧୭/୦୭(ମୋର୍ ସମିୟା) ଲୋୟର ସୁକତେଲ ଡେମ୍ ଭିତରେ ଥିବାର କୁମିଆପାଲି ଗାଁର ଲୋକ ମାନକେ ଘର୍ ଛାଡ଼ବାର ଲାଗି ଦିଆଯାଛେ ନୋଟିସ୍ । ବଏଡ଼ ପାଏନ୍ ରେ ପେକ୍ ହେଇ ଆସୁଛେ ଡେମ୍। ଯଦି ଗାଁ ଭିତର କେ ପାଏନ୍ ପଲେଇ ଆସବା ତାହେଲେ ଅନେକ ଜୀବନ ଯିବାର ସାଙ୍ଗେ ଲୋକେ ହଇରାଣ ହେବାର ସମ୍ଭାବନା ରହିଛେ । ସେଥିର ଲାଗି ଜଲଦି ଗାଁ ଛାଡି କରି କପିଲବାହାଲ ବିସ୍ଥାପିତ କଲୋନୀ ର ଥାଇଥାନ ଶିବିର ରେ ଚାଲିଯିବାର ଲାଗି କୁମିଆପାଲି ଗାଁର ଲୋକ କେ ହେଇଛେ ନୋଟିସ୍ । ଇଥର ଲୋୟର ସୁକତେଲ ଡେମ୍ ର ଜେତକି ପାଏନ୍ ଧରବାର କଥା ସେତକି ରଖାଯିବା। କିନ୍ତୁ ଗାଁ ଲୋକ କହୁଛନ୍ ତାକର ଦାବି ପୂରଣ ନାଇ ହେବାର ତକ୍ ଆମେ ଗାଁ ନାଇ ଛାଡୁ। ପୁରୁଣା ସର୍ଭେ ନାଇ କରି ନୂଆ ସର୍ଭେ ଅନୁଶାରେ ପଇସା ଦେବାର ସାଙ୍ଗେ ବିସ୍ଥାପିତ କେ ଜମି ବଦଲା ଜମି ଦେବାର କେ ଦାବି କରୁଛନ୍। ଏବେବି ସେ ଗାଁ ନ ପାଖାପାଖି ୧୦୦ ପରିବାର ରହୁଛନ୍ । ଖୁଣ୍ଟପାଲି, ତବଲବାଞ୍ଜି ଗାଁ ରେ ଥିବାର ବି କିଛି ଲୋକ କେ ଗାଁ ଛାଡ଼ବାର କେ କୁହାଯାଇଛେ । ଇ ସବୁ ଗାଁ ରେ ଆସବାର ୨୧ ତାରିଖ ସୁଦ୍ଧା ବିଦ୍ୟୁତ ସରବରାହ ବନ୍ଦ କରିଦିଆଯିବା । ଚିନ୍ତା ରେ ପ୍ରଶାସନ ଓ ବିସ୍ଥାପିତ ପରିବାର ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!