
ବଲାଙ୍ଗିର;୨୦/୦୮(ମୋର୍ ସମିୟା) ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ବଗଡ଼ା ସ୍କୁଲ ପାଖର ଗୁଟେ ବନ୍ଧ ରେ ଭାସୁଛେ ମୁଡ଼ ନେଇଥିଲା ମଲା ଦେହେ । ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଥିଲେ ଦେଓଗାଁ ପୋଲିସ ଆର୍ ଅଗ୍ନିଶମ ବାହିନୀ। ମୃତକ ହେଲେ ତୁଷୁରା ଥାନା ବଡ଼ାମୁଣ୍ଡା ଗାଁ ର ସନ୍ତୋଷ ଖର୍ସେଲ (୪୫)। ଇ ଘଟଣା ରେ ଜଣେ କେ ଅଟକ ରଖିଛେ ପୋଲିସ । ଅଭିଯୁକ୍ତ ହେଲେ ବଗଡ଼ା ଗାଁ ର ଶତ୍ରୁଘ୍ନ ସାହୁ। ଶତ୍ରୁଘ୍ନ କେ ପୋଲିସ ର ପଚରା ଉଚରା ପରେ ହତ୍ୟା କରିଥିବାର ନେଇ ମାନି ନେଇଥିଲା । ସେ ରହୁଥିବାର ଘରେ କଟା ମୁଣ୍ଡ କେ ତୁପି ଦେଇଥିବାର କହିଥିଲା । ପୋଲିସ ମାଏଟ୍ ତଲୁ କଟା ମୁଣ୍ଡ କେ ଜବତ୍ କରିଥିଲା। କଟା ମୁଣ୍ଡ ତୁପା ହେଇଥିବାର ଘରେ ତମ୍ବା ନାଗ, ବେଲ ପତର,ରକ୍ତ ଦେଖବାର କେ ମିଲିଥିଲା । ଇ ଟା ଦେଖଲା ପରେ ଇ ମୃତ୍ୟୁ ପଛେ ବଳି ର ସନ୍ଦେହ ରହିଛେ ।




