ଜୀବନଚର୍ଯ୍ୟାତାଜା ଖବର

ବରଗଡ଼ ଜିଲ୍ଲାପାଳ କାର୍ଯ୍ୟାଳୟ ସାମ୍ନା ରେ ଚାଷୀ – ପୋଲିସ ମୁହାଁମୁହିଁ।

ବରଗଡ଼;୨୭/୧୦(ମୋର୍ ସମିୟା) ସଂଯୁକ୍ତ କୃଷକ ସଙ୍ଗଠନ ତରଫରୁ ଜିଲ୍ଲାପାଳଙ୍କୁ ବିଭିନ୍ନ ପ୍ରସଙ୍ଗରେ ଦାବିପତ୍ର ପ୍ରଦାନ କରିବା ପାଇଁ ଜିଲ୍ଲାପାଳ ଅଫିସକୁ ଆସୁଥିବା ବେଳେ ପୋଲିସ ଅଟକାଇ ଦେବା କାରଣରୁ ଉତେଜନା ଏବଂ ପୋଲିସ ସହିତ ଧସ୍ତାଧସ୍ତି ପରିସ୍ଥିତି ଦେହିବାକୁ ମିଳିଥିଲା। ସଂଗଠନର କର୍ମୀମାନେ ତାଙ୍କ ଜିତରେ ଅଟଳ ରହି ଅଫିସ ଭିତରକୁ ପଶିବା ପାଇଁ ବାରମ୍ବାର ଚେଷ୍ଟା କରୁଥିଲେ ହେଲେ ପୋଲିସ ସେମାନଙ୍କୁ ନ ଛାଡିବାରୁ ତିନୋଟି ଗେଟ ସମ୍ମୁଖରେ ଚାଷୀମାନେ ଧାରଣାରେ ବସିଯାଇଥିଲେ ଏବଂ ନାରାବାଜି କରିଥିଲେ। ଯାହା ଅଫିସର ତିନୋଟି ଗେଟ ତିନୋଟିରେ ଦୃଶ୍ୟ ଦେଖିବାକୁ ମିଳିଥିଲା। ଗୋଟିଏ ପଟେ ବାଇଗଣର ଅଭାବୀ ବିକ୍ରି ପାଇଁ ବାଇଗଣ ରଖି ଧାରଣା ତ ଅନ୍ୟ ପଟେ କେନାଲ ପାଣି ଓ ଗେଟ ସମ୍ମୁଖରେ ମଲା ଧାନ ଗଛ ରଖି ବୋରିଂରେ ଲାଇନ ସଂଯୋଗ କରାଯିବା ଦାବୀ ନେଇ ବସିଥିଲେ। କିନ୍ତୁ କିଛି କର୍ମୀମାନେ ଭିତରକୁ ପଶିଯାଇ ଧାରଣା ରେ ବସିଥିଲେ। ଏଠାରେ ପ୍ରକାଶ ଥାଉକି କେନାଲ ପାଣି ଖରିଫ ଏବଂ ରବି ଋତୁ ପାଇଁ ୧୪୦ ଦିନ ନିରବ ଛିନ୍ନ ପାଣି ଧାର୍ଯ୍ୟ ହୋଇଥିଲେ ମଧ୍ୟ ମନଇଛା ପାଣି ବନ୍ଦ କରିଦେବା ଏବଂ ତା ୨୩ ଅକ୍ଟୋବରରେ କେନାଲ ବନ୍ଦ ର ନୋଟିସ ପାଇ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ପରେ କେନାଲ ବିଭାଗର ଅଧିକାରୀ ଆସି ଜଳ ଯୋଗାଣ ବନ୍ଦ କରାଯିବ ନାହିଁ କି କାହାରୀ ଧାନ ମାରିବାକୁ ଦିଆ ଯିବ ନାହିଁ ବୋଲି ପ୍ରତିଶୃତି ଦେଇଛନ୍ତି ଠିକ ସେହିପରି ବିଜୁ କୃଷକ କଲ୍ୟାଣ ଯୋଜନାରେ ହଜାର ହଜାର ବୋରିଂ ବରଗଡ଼ ଜିଲ୍ଲାରେ ଖୋଲା ହୋଇଅଛି ଏବଂ ଅନେକାଂଶ ବୋରିଂ ଠିକଠାକ ଚାଲୁଥିବା ବେଳେ କିଛି ବୋରିଂ ୨୦୨୨ ମସିହାରୁ ଖୋଲା ହୋଇଥିଲେ ମଧ୍ୟ ଲାଇନ ସଂଯୋଗ ହୋଇ ନାହିଁ। ଚଳିତ ବର୍ଷ ବର୍ଷା ଅଭାବରୁ ଧାନ ଚାଷ ମରିବାକୁ ବସିଲାଣି ଲାଇନ ସଂଯୋଗ ହୋଇଗଲେ ଧାନ ଚାଷ ବଞ୍ଚିଯିବ ଆଶାରେ ବାରମ୍ବାର ଚାଷୀମାନେ ଅଫିସ ଅଫିସ ଦୌଡୁଛନ୍ତି ଲାଭନାହିଁ। ଆଜି ଜିଲ୍ଲାପାଳଙ୍କ ଦାବିପତ୍ର ଦେବା ପାଇଁ ଆସିଥିଲେ ହେଲେ ପୋଲିସ ସେମାନଙ୍କୁ ମଧ୍ୟ ଭିତରକୁ ଛାଡିଲାନାହିଁ। ଧାରଣାରେ ବସିବା ପରେ OLIC ଯନ୍ତ୍ରୀ ଦିଲ୍ଲୀପ କୁମାର ସାହୁ ଏବଂ ଇଲେକ୍ଟ୍ରି କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ସୁଜିତ ବେହେରା ଆସି ଦୀର୍ଘ ସମୟ ଆଲୋଚନା ପରେ କାଲି ଠାରୁ ଶ୍ରୀଗୀଡା ଗ୍ରାମର ୯ ଟି କ୍ଲଜଷ୍ଟୋର ୪୮ ଗୋଟି ବୋରିଂରେ ଲାଇନ ସଂଯୋଗ କରାଯିବାର ପ୍ରତିଶୃତି ପରେ ଆନ୍ଦୋଳନରୁ ଚାଷୀମାନେ ଉଠିଥିଲେ। ବାଇଗଣ ଚାଷୀମାନେ ଅଭିନଵ ଭାବରେ ତାଙ୍କର ପ୍ରତିବାଦ ଜାରୀ ରଖିଥିଲେ ପ୍ରଥମେ ବାଇଗଣ ରଖି ଧାରଣା ପରେ ସେହି ବାଇଗଣ ବିଭିନ୍ନ ଅଫିସର ମାନଙ୍କୁ ମାଗଣା ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସଂଯୁକ୍ତ କୃଷକ ସଙ୍ଗଠନର ଉପଦେଷ୍ଟା ଉତ୍ପନ୍ନ ଭୋଇ,ରମେଶ ମହାପାତ୍ର, ସୁଦାମ ପାତ୍ର, କାରଣ ସାହୁ, ତପନ ମିଶ୍ର, ଟେକରାଜ ପଧାନ, ଗୋପଳ ପଧାନ, ଭିଜନ ପାଢ଼ୀ, ନିରଞ୍ଜନ ପଧାନ, ପୂର୍ଣ୍ଣ ସାହୁ, ସୁରେଶ ନିକେଣ୍ଟି, କିଶୋର ସାହୁ, ରବିଶଙ୍କର ପଧାନ, ଶ୍ରୀଗୀଡାର ବୋରିଂ ଚାଷୀ ବିକାଶ ବାରିକ,ଦୟାନିଧି ସାହୁ, ପଦ୍ମଲୋଚନ ସାହୁ, ମାର୍କଣ୍ଢ ପଧାନ, ଦିଗପାଳ ସାହୁ, ରୋହିତ ମିଶ୍ର ଏବଂ ବାଇଗଣ ଚାଷୀ ତେଜରାଜ ସା, ବୁଦ୍ଧ ବାରିକ, ପଳାନ୍ତୁ ପାତ୍ର, ରୁପେଶ ପାତ୍ର ଏବଂ ଯୁଗଳ ପାତ୍ରଙ୍କ ସମେତ ଶହଶହ ଚାଷୀ ଆସିଥିଲେ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!