ତାଜା ଖବରମୋର ସମୀୟା ଏକ୍ସକ୍ଲୁସିଭସ୍ପେସାଲ୍ ରିପୋର୍ଟ

କୂର୍ମା ଗାଁ କେ ନୂଆ ପଞ୍ଚାୟତ ଦାବି ନେଇ ବିଡ଼ିଓ ଙ୍କର ଠାରେ ଦାବିପତ୍ର ଦେଲେ ଗାଁ ଲୋକେ ।

ଲୋକେ ହେଉଛନ୍ ହଇରାଣ

ବରଗଡ଼;୨୫/୧୦(ମୋର୍ ସମିୟା) ଆଜି ସକାଳେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଝାରବନ୍ଧ କେ ନୂଆ ଗ୍ରାମପଞ୍ଚାୟତ କୁର୍ମା ଗାଁ ରେ ହେଉ ବୋଲି ଏକ ଅନୁରୋଧ ପତ୍ର ବିଡ଼ିଓ ଙ୍କୁ ଦିଆ ଯାଇଥିଲା । ଶିକାରୀ ପାଲି ରୁ ବ୍ୟାସ ଦେବ ପ୍ରଧାନ,ଭୁବନେ ସିକଆ,ସରୋଜ ପ୍ରଧାନ,ସିବଳାଲ ମାଝୀ,ସୁଧୀର ବାଗ, ସୁବାଷ କନ୍ଧ,ସାଧୁ ଭୁଇ, ମହନ ସେଠ୍ ତଥା ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିବା ବେଳେ କୁର୍ମା ଗ୍ରାମ ରୁ ମୋହନ ଲାଲ ସାହୁ,ପବିତ୍ର ଭୋଇ,ହରେକୃଷ୍ଣ ଭୋଇ ,ଘନଶ୍ୟାମ ଭୋଇ,ତଥା ଗାଁ ର ପଞ୍ଚ ଭଦ୍ରବ୍ୟକ୍ତି ଶତାଧିକ ସଂଖ୍ୟାଧିକ ଉପସ୍ଥିତି ରେ ଦାବି ପତ୍ର ପ୍ରଦାନ କରିଥିଲେ । ଏଥିରେ ଉଲ୍ଲେଖ ରହିଛି ତିନି ହଜାର ରୁ ଅଧିକ ଭୋଟର ଥିବା ବେଲକେ ,ଲଉଡ଼ି ଧର୍ହା ଗ୍ରାମ ପଞ୍ଚାୟତ କୁ ରାସନ୍ ତଥା ଅନେକ କାର୍ଯ୍ୟ ପାଇଁ ଆଠ, ନଅ କିଲୋମିଟର ଯିବାର ପଡସି,ଅନେକ ଅସୁବିଧା ରେ ଚାଲୁଥିବା ଶିକାରୀ ପାଲି, କୁରମା,ଚିରୋଲି ,ଗୌଡ ମାଲ କେ ମିଶାଇ ଏକ ନୂଆ ପଞ୍ଚାୟତ ମଧ୍ୟ ଭାଗ କୂର୍ମା ଠାରେ ହେଉ ବୋଲି ଲୋକଙ୍କ ଆଶା ବଢ଼ି ଚାଲିଛେ,ସରକାର ନୂତନ ବ୍ଲକ,ପଞ୍ଚାୟତ ନୃତନ୍ ଘୋଷଣା ରେ କୁର୍ମା ଠାରେ ପଞ୍ଚାୟତ କଲେ ସମସ୍ତେ ଉପକୃତ ହେବୁ ବୋଲି ବିଡ଼ିଓ ସାର୍ ପର୍ଶୁରାମ ପଣ୍ଡା ଙ୍କୁ ଜଣାଇଥିବା ବେଳେ ବିଡ଼ିଓ ସାର୍ କହିଛନ୍ତି ଯଥା ଶୀଘ୍ର ପ୍ରଶାସନ ଙ୍କୁ ଜଣାଇ ସାହାଯ୍ୟ କରିବି ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!