ତାଜା ଖବରଦେଶ ବିଦେଶ

ବରଗଡ଼ ଜିଲ୍ଲା ର ୬ ଟା ସ୍କୁଲ୍ ରେ ନାଇ ବାହାରିଲା ସିବିଏସ୍ଇ +୨ ଓ ମେଟ୍ରିକ ରେଜଲ୍ଟ ।

ଚିନ୍ତା ରେ ଛାତ୍ର ଛାତ୍ରୀ ଓ ଅଭିଭାବକ।

ବରଗଡ଼;୨୪/୦୫(ମୋର୍ ସମିୟା) ସାରା ଦେଶ ରେ କେନ୍ଦ୍ର ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍ଇ) ମେଟ୍ରିକ୍ ଓ +୨ ରେଜଲ୍ଟ ଗଲା ମେ ୧୩ ତାରିଖ ବାହାରିଛେ । ରେଜଲ୍ଟ ବାହାରିବାର ୧୧ ଦିନ ବିତିଗଲା ପରେ ବି ନାଇବାହାରିଲ ବରଗଡ଼ ଜିଲ୍ଲା ପଦ୍ମପୁର ୬ ଟା ସ୍କୁଲ୍ ର ରେଜଲ୍ଟ । ଅନ୍ଧାରେ ଅଛେ ୫୦୦ ଛାତ୍ର ଛାତ୍ରୀ ଙ୍କର ଜୀବନ । ଚିନ୍ତା ରେ ଛାତ୍ର ଛାତ୍ରୀ ସାଙ୍ଗେ ଅଭିଭାବକ। ସ୍କୁଲ୍ କତୃପକ୍ଷ,ସାଂସଦ,ଉପ ଜିଲ୍ଲାପାଳ ଙ୍କର ପାଖେ ଦାବି ଜଣେଇ କରି ବି ନିରାଶ ଛାତ୍ର ଛାତ୍ରୀ ସାଙ୍ଗେ ପରିବାର ଲୋକେ । କେନ୍ କାରଣ ରୁ ରେଜଲ୍ଟ ନାଇ ଆସଲା କି କେଭେ ଆସବା ନିରୁତର ବିଭାଗିୟ ଅଧିକାରୀ । ଛାତ୍ର ଛାତ୍ରୀ ଙ୍କର ଭବିଷ୍ୟତ ସାଙ୍ଗେ ଖେଲୁଛନ୍ ଖେଲ୍। ପଦ୍ମପୁର, ଗାଇସିଲେଟ, ପାଇକମାଲ, ସୋହେଲା ଅଞ୍ଚଳ ର ଆଦର୍ଶ ବିଦ୍ୟାଳୟ, ପଦ୍ମପୁର ପବ୍ଲିକ୍ ସ୍କୁଲ, ଜେନିସ ଲାୟନ୍ସ ଗୁରୁକୁଲ ସ୍କୁଲ୍ ର ନାଇ ବାହାରି ରେଜଲ୍ଟ । ଗଲା କାଲି ପଦ୍ମପୁର ଉପ ଜିଲ୍ଲାପାଳ କେ ଭେଟିକରି ଅଭିଯୋଗ ଜଣେଇ ଥିଲେ । ରେଜଲ୍ଟ ନାଇ ବାହାରିଲେ ଛାତ୍ର ଛାତ୍ରୀ ଆମରଣ ଅନଶନ ରେ ବସବାର କେ ଚେତାବନୀ ଦେଇଛନ୍ । ସାରା ଦେଶ ରେ ମେ ୧୩ ତାରିଖ ରେଜଲ୍ଟ ବାହାରିଥିଲା କିନ୍ତୁ ପଦ୍ମପୁର ଅଞ୍ଚଳ ର ୬ ଟା ସ୍କୁଲ୍ ରେ ରେଜଲ୍ଟ ନାଇ ବାହାରିବାର ନୁ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ କେ ଭେଟିଥିଲେ ଅଭିଭାବକ ଓ ଇ ବିଷୟ ରେ ଅଭିଯୋଗ କରିଥିଲେ । ସାଂସଦ କେନ୍ଦ୍ର ଶିକ୍ଷାମନ୍ତ୍ରୀ କେ ଇ ବିଷୟ ରେ ଜନେଇ କରି ସମସ୍ୟା ର ସମାଧାନ ଲାଗି ପ୍ରତିଶୃତି ଦେଇଥିଲେ । କିନ୍ତୁ ପ୍ରତିଶୃତି କେ ୧୧ ଦିନ ବିତିଗଲା ପରେ ବି ପ୍ରତିଶୃତି ଟା ପ୍ରତିଶୃତି ରେ ରହିଗଲା । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓଡ଼ିଶା ର ସାଂସଦ,ହେଲେ ଓଡ଼ିଶା ର ଶିକ୍ଷା ବ୍ୟବସ୍ଥା ବେହାଲ୍ । ଅବିଭାବକ କହେଲେ ଓଡ଼ିଶା ରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଥାଇ ଦୁର୍ଭାଗ୍ୟଜନକ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!