ତାଜା ଖବର

ପୋତି ହେବାକେ ବସିଛେ ଝିମିରି କଟା ବନ୍ଦ,ଅସୁବିଧା ର ସମ୍ମୁଖୀନ ହେଉଛନ ଗାଁ ଲୋକେ ।

ଖରା ମାସେ ପାଣି ସମସ୍ୟା

ବଲାଙ୍ଗିର;୧୨/୦୫(ମୋର୍ ସମିୟା) ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଘୁନସର ପଞ୍ଚାୟତ ରେ ଅଛେ ଝିମିରିକଟା ବନ୍ଧ ବର୍ତମାନ ପୋତି ହେବାରକେ ବସିଛେ । ଗାଁଲୋକ ଗାଧବାର ବେଳେକେ ବହୁତ ଅସୁବିଧା ହଉଛେ ଏବଂ ବନ୍ଧ କେ ସଫାସୁତରା କରବାର ଲାଗି ଗାଁ ଲୋକେ ଦାବି କରିଛନ୍। ସୂଚନା ଅନୁସାରେ ଗାଁର ୫୦୦ ନୁ ଅଧିକ ଲୋକମାନେ ସବୁଦିନ ବନ୍ଧ ଉପରେ ନିର୍ଭର କରୁଛନ୍। ବନ୍ଧ ଟା ଗାଁ ବାସିଙ୍କର ସବୁ କାମରେ ଆସୁଥିବାର ବେଲକେ ବର୍ତ୍ତମାନ ପଙ୍କ ଭର୍ତି ହେଇଥିବାରୁ ତାହା କେନସି କାମ କେ ନାଇ ଆସବାର। ଗାଁର ଆବର୍ଜନା ସାଙ୍ଗେ ଡ୍ରେନର ପାଏନ ବନ୍ଧ ନେ ମିସୁଛେ ଯାହାର ଲାଗି ପାଏନ ଦୁର୍ଗନ୍ଧ ହେବାର ସାଙ୍ଗେ ପରିବେଶ ଦୂଷିତ ଦେଖବାରକେ ମିଳିଛେ । ପ୍ରଚଣ୍ଡ ଖରା ହଉଥିବାର ବେଲକେ ବନ୍ଧ ର ଆବର୍ଜନା ଏବଂ ପାଏନ କମଥିବାରନୁ ନିହାତି ଭାବେ ବହୁତ ଜଲଦି ବନ୍ଦ ସଫା କରବାର ଲାଗି ଗାଁର ଲୋକେ ନାରାୟଣ ସାହୁ ବିପିନ ସାହୁ ସତ୍ୟ ସାହୁ ସୁରେନ୍ଦ୍ର ସାହୁ ଭୂପିନ୍ଦ୍ର ସାହୁ ହୀରାମଣି ସାହୁ ଯୁଧିଷ୍ଠିର ସାହୁ ଶଙ୍କର ସାହୁ ଏବଂ ଗାଁଲୋକ ଦାବି କରିଛନ୍ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!