ତାଜା ଖବରରାଜନୀତି

ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ରେ ବାତିଲ ହେଲା ଛାତ୍ର ସଂସଦ ନିର୍ବାଚନ।

ବଲାଙ୍ଗିର;୧୪/୧୦ (ମୋର୍ ସମିୟା) ଆଇନ ଶୃଙ୍ଖଳା ପରିସ୍ଥିତି କୁ ଦୃଷ୍ଟି ରେ ରଖି ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ରେ ବନ୍ଦ୍ ହେଲା ଛାତ୍ର ସଂସଦ ନିର୍ବାଚନ। ରାଏତ୍ ପାଏଲେ ଆର୍ କିଛି ସମିୟା ଗଲା ପରେ ହେଇଥିତା ନିର୍ବାଚନ । ନିଜର ମନ୍ ପସନ୍ଦ ର ନେତା ବାଛିଥିତେ ଛାତ୍ର ଛାତ୍ରୀ। କିନ୍ତୁ ରାଏତ୍ ପାଏବାର ଆଗରୁ କୁଳପତି ଙ୍କର କାର୍ୟାଳୟ ରେ ବସିଥିଲା ଜରୁରୀ ବୈଠକ । ବୈଠକ ରେ ନିଷ୍ପତି ପରେ ଆଇନ ଶୃଙ୍ଖଳା ପରିସ୍ଥିତି କେ ଦୃଷ୍ଟି ରେ ରଖି ନିର୍ବାଚନ ବାତିଲ କଲେ କଲେଜ କର୍ତ୍ତୃପକ୍ଷ । ଛାତ୍ର ସଂସଦ ନିର୍ବାଚନ ଆଗରୁ ଆଜି ମୁହାଁମୁହିଁ ହେଇଥିଲେ ଦୁଇ ଗୋଷ୍ଠୀ । ଇ ଘଟଣା ପରେ ଏବିଭିପି ଛାତ୍ର ଙ୍କୁ ଅପହରଣ ଅଭିଯୋଗ ରେ ବଲାଙ୍ଗିର ବିଜୁ ଛାତ୍ର ଜନତା ଦଳ ସଭାପତି ସୁମନ କୁମାର ନନ୍ଦ ଙ୍କୁ ଗିରଫ୍ କରି କୋର୍ଟ ଚାଲାଣ କରିଥିଲା ପୋଲିସ । ଜେନ ଥିର ଲାଗି ବଲାଙ୍ଗିର ଆଦର୍ଶ ଥାନା ସାମ୍ନା ରେ ରାସ୍ତା ରୋକ୍ ସାଙ୍ଗେ ଅଶାନ୍ତ ପରିବେଶ ସୃଷ୍ଟି ହେଇଥିଲା । ନିର୍ବାଚନ ବାତିଲ ନେଇ ଜିଲ୍ଲାପାଳ, ଉଚ୍ଚ ଶିକ୍ଷା ବିଭାଗ ଓ ନିର୍ବାଚନ ଅଧିକାରୀ ଙ୍କୁ ଅବଗତ କରାଯାଇଛେ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!