
କଳାହାଣ୍ଡି;୦୬/୦୮(ମୋର୍ ସମିୟା) ପଞ୍ଚାୟତ କାର୍ଯ୍ୟାଳୟ ସାମ୍ନା ରେ ବିଜେପି ନେତା ଙ୍କୁ ଛୁରୀ ଭୁସି ହତ୍ୟା କଲେ ଦୁର୍ବୃତ୍ତ। କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ରେ ଘଟିଛେ ହତ୍ୟାକାଣ୍ଡ । ଡମକରଲା ଖୁଣ୍ଟା ପଞ୍ଚାୟତର ସରପଞ୍ଚ ସ୍ନିଗ୍ଧା ରଣା ଙ୍କର ସ୍ୱାମୀ ବରିଷ୍ଠ ବିଜେପି ନେତା ଫକୀର ରଣା କେ ପଞ୍ଚାୟତ କାର୍ଯ୍ୟାଳୟ ସାମ୍ନା ରେ ଛୁରୀ ରେ ଆକ୍ରମଣ କରି ହତ୍ୟା କଲେ ଦୁର୍ବୃତ୍ତ। ରକତ୍ ସର୍ ସର୍ ଅବସ୍ଥା ନେ ଏମ.ରାମପୁର ଡାକ୍ତରଖାନା କେ ନିଆଯାଇଥିଲା । ସେନ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଘଟଣା ସ୍ଥଳରେ ଏମ.ରାମପୁର ପୋଲିସ ପହଞ୍ଚି କରି ଘଟଣା ତଦନ୍ତ ମୁଲ କରିଛେ । ହତ୍ୟା ର କାରଣ ରାଜନୈତିକ ଷଡ଼ଯନ୍ତ୍ର କି ଆର୍ କିଛି ଏବେତକ୍ ଅସ୍ପଷ୍ଟ ରହିଛେ ।




