
ସମ୍ବଲପୁର;୨୩/୦୮(ମୋର୍ ସମି ୟା) କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଙ୍କୁ ଚିଠି ଲେଖିଲେ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ।
ସମ୍ବଲପୁର – ଅନୁଗୁଳ – କଟକ କେ ସଂଯୋଗ କରୁଥିବାର ୫୫ ନମ୍ୱର୍ ଜାତୀୟ ରାଜପଥ ର ରାସ୍ତା ଅତି ଶୋଚନୀୟ । ଲଗାଣ ବର୍ଷା ଆର୍ ଗାଡ଼ି ଚଳାଚଳ ଲାଗି ରାସ୍ତା ରେ ବଡ଼ ବଡ଼ ଖାଲ ହେଇ ଯାଇଛେ । ଜେନ ଥିର ଲାଗି ସାଧାରଣ ଲୋକେ ଅସୁବିଧା ଓ ଦୁର୍ଘଟଣା ର ସମ୍ମୁଖୀନ ହେଉଛନ । ବର୍ତ୍ତମାନ୍ ବର୍ଷା ସମିୟା ରେ ଖାଲ ମାନକେ ପାଣି ଭରି ରହିଥିବାର ନୁ ଲୋକେ ଖାଲ ରେ ପଡି ବି ଦୁର୍ଘଟଣା ର ସମ୍ମୁଖୀନ ହେଉଛନ। ପଶ୍ଚିମ ଆର୍ ପୂର୍ବ ଓଡ଼ିଶା କେ ସଂଯୋଗ କରୁଥିବାର ଇ ମୁଖ୍ୟ ରାସ୍ତା ହେଉଛେ ଲୋକଙ୍କର ଜୀବନ ରେଖା । ବାଣିଜ୍ୟ କ୍ଷେତ୍ର ରେ ବି ଅନେକ ଲୋକ ଇ ରାସ୍ତା କେ ନିର୍ଭର କରିଥିସନ୍ । ଇ ଘଟଣା କେ ଗୁରୁତର ସାଙ୍ଗେ ନେଇ ସମ୍ବଲପୁର – କଟକ ରାସ୍ତା ର ମରାମତି ସାଙ୍ଗେ ଖାଲ ଢିପ କେ ଜଲଦି ଠିକ୍ କରବାର ଲାଗି କର୍ତ୍ତୃପକ୍ଷ କେ ନିର୍ଦ୍ଦେଶ ଦେବାର ଲାଗି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଗଡ଼କରୀ ଙ୍କୁ ଚିଠି ଲେଖିଛନ ଧର୍ମେନ୍ଦ୍ର । ଇ କାମ ହେଲେ ଜନତା ଙ୍କର ସୁରକ୍ଷିତ ଯାତାୟାତ ହେଇ ପାରବା ବଲି ସେ ଆଶା କରିଛନ୍ ।



