
ବଲାଙ୍ଗିର;୨୩/୦୮(ମୋର୍ ସମିୟା) ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଭଇଁଷା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଘଟିଛେ ଅଭାବନୀୟ ଘଟଣା। ଶନିବାର ଦିନ ସ୍କୁଲ ଛୁଟି ହେବାର ପରେ ଜଣେ ଛାତ୍ରୀ ସ୍କୁଲ ଭିତରେ ଥିବାର ବେଲକେ ଶିକ୍ଷକ ତାଲା ପକେଇ ପଲେଇ ଥିବାର ଅଭିଯୋଗ । ସ୍କୁଲ୍ ଭିତରେ ଥିବାର ଛାତ୍ରୀ ବାହାର କେ ଆସବାର ଲାଗି ଭିତରେ ଚିତ୍କାର କରବାର ନୁ ସ୍ଥାନିୟ ଲୋକେ ଶୁଣି କରି ସ୍କୁଲ ରେ ପହଞ୍ଚିଥିଲେ । ତାଲା ଖୁଲି କରି ଛାତ୍ରୀ କେ ବାହାର କରିଥିଲେ । ସବୁ ଘଟଣା ଭିଡିଓ ରେ କଏଦ ହେବାର ପରେ ଅଞ୍ଚଳ ରେ ଚାଞ୍ଚଲ୍ୟ ସୃଷ୍ଟି କରିଛେ। ଜଣେ ଛାତ୍ରୀ ସ୍କୁଲ ଭିତରେ ଥାଇ ତାଲା କେନ୍ତା କରି ପଡ଼ଲା ସେଟା କେ ନେଇ ଏବେ ଉଠିଛେ ପ୍ରଶ୍ନ । ଯାହାକେ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖବାର କେ ମିଲିଛେ ।



