
ସମ୍ବଲପୁର;୦୭/୧୦ ( ମୋର୍ ସମିୟା) ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଙ୍କୁ ଚିଠି। ସମ୍ବଲପୁର – କଟକ ୬ ଲେନ କରବାର ସାଙ୍ଗେ ୪ ଟା ଅଣ୍ଡରପାସ ସମ୍ବଲପୁର ଫ୍ଲାଇଓଭର ଲାଗି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ଙ୍କୁ ଚିଠି ଲେଖି ଜଣାଲେ ଶ୍ରୀ ପ୍ରଧାନ । ପଶ୍ଚିମ ଓଡ଼ିଶା ଆର୍ ସମ୍ବଲପୁର ଆଖେ ପାଖେ ବଢ଼ୁଥିବାର ଶିଳ୍ପ ଆର୍ ଖଣିଜ ଲାଗି ବଢ଼ୁଛେ ଯାନବାହନ ସଂଖ୍ୟା। ଯାତ୍ରୀବାହୀ ଆର୍ ମାଲବାହୀ ଗାଡ଼ି ବଢ଼ବାର ନୁ ୪ ଲେନ ରାସ୍ତା କେ ସମ୍ପ୍ରସାରଣ କରି ୬ ଲେନ କରବାର କେ ଚିଠି ରେ ଉଲ୍ଲେଖ ।
ଏନଏଚ -୫୫ ଅନୁଗୁଳ – ସମ୍ବଲପୁର ଯାନବାହନ ଚଳାଚଳ ବଢ଼ିଥିବାର ଲାଗି ଦୂର୍ଘଟଣା ର ଶିକାର ହେଉଛନ ସାଧାରଣ ଲୋକେ । ଇଥିର ଲାଗି ପିଆଇୟୁ ସମ୍ବଲପୁର ଦ୍ୱାରା ପ୍ରସ୍ତାବିତ ଜରପଡା,ଜିନ୍ଦଲ ରୋଡ, ଚାରମାଳ, ଜେରାଙ୍ଗ ରେ ୪ ଟା ଅଣ୍ଡରପାସ ନିର୍ମାଣ ଲାଗି ଅର୍ଥ ମଞ୍ଜୁର କରବାର ଲାଗି ନିବେଦନ ।
ଏନଏଚ- ୫୩ ସମ୍ବଲପୁର ସିଟି ରେଲ ଷ୍ଟେସନ ସବୁଦିନ ବହୁ ରେଲ ଯାତ୍ରୀ ଜାତୀୟ ରାଜପଥ ପାର ହେଇକରି ଯାଉଛନ୍ । ନିରାପଦ ଯାତାୟାତ ଲାଗି ଗୁଟେ ଫ୍ଲାଏଓଭର ନିର୍ମାଣ ଲାଗି ପ୍ରସ୍ତାବ।
ଇ ସବୁ କାମ ହେବାର ଦ୍ୱାରା ସଡ଼କ ଦୁର୍ଘଟଣା କମବାର ସାଙ୍ଗେ ପଶ୍ଚିମ ଓଡ଼ିଶା ର ଶିଳ୍ପ କ୍ଷେତ୍ର ରେ ସୁଦୃଢ଼ ହେବା ବଲି ଆଶା କରିଛନ ସାଂସଦ ଧର୍ମେନ୍ଦ୍ର ପ୍ରଧାନ।




