
ବଲାଙ୍ଗିର;୦୭/୧୦ (ମୋର୍ ସମିୟା) ମୁଲ ନେଇ ହେବାର ଛାତ୍ର ନିର୍ବାଚନ ପ୍ରକ୍ରିୟା କିନ୍ତୁ କଲେଜ ରେ ମୁଲ ହେଲା ନ ଦଙ୍ଗା। ଆଜି ବଲାଙ୍ଗିର ସରକାରୀ କଲେଜ ରେ ଉତେଜନା ହେବାର ସାଙ୍ଗେ ଛାତ୍ର ମାନକର ଭିତରେ ଧସ୍ତାଧସ୍ତି ପରିସ୍ଥିତି ଉପୁଜି ଥିଲା । କଲେଜ ଭିତର କେ ଅଣଛାତ୍ର ପସୁଥିବାର ନେଇ ଏବିଭିପି ଆର୍ ବିଜୁ ଛାତ୍ର ଦଳ ର ମୁହାଁମୁହିଁ । ପୁଇଁନ୍ତଲା ପୋଲିସ ଥିବା ସତ୍ତ୍ୱେ ବି ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ ପରିସ୍ଥିତ ହେଇଥିଲା । ପରେ ପୋଲିସ ଘଟଣା କେ ନିୟନ୍ତ୍ରିତ କରିଥିଲା । ରାଜ୍ୟ ସରକାର ଛାତ୍ର ନିର୍ବାଚନ ଘୋଷଣା କରବାର ପରେ କଲେଜ ମାନକେ ରାଜନୀତି ସରଗର ଦେଖବାର କେ ମିଲିଛେ । ନିର୍ବାଚନ ଆଗରୁ ବଲାଙ୍ଗିର ରେ ଲେଢ଼ଇ ଜୋରଦାର । କିନ୍ତୁ ନିର୍ବାଚନ କେନ୍ତା କରି ଶାନ୍ତି ଶୃଙ୍ଖଳା ରେ ହେଇପାରବା ସେ ଉପରେ ଉଚିତ୍ ପଦକ୍ଷେପ ନେବାର ନିହାତି ଜରୁରୀ ନହେଲେ ଆଗାମୀ ଦିନ ରେ ଦଙ୍ଗା ହେବାର ସାଙ୍ଗେ ଛାତ୍ର ଅସନ୍ତୋଷ ହେବାର ସମ୍ଭାବନା କହୁଛନ ବୁଦ୍ଧିଜୀବୀ ।



