
ରାୟଗଡ଼ା;୦୮/୧୦ (ମୋର୍ ସମିୟା) ନାଗାଲାଣ୍ଡ ରେ ଦେଶ ସେବା କରୁଥିବାର ସମିୟା ରେ ବୀର ଯବାନ ଭି. ଜେତା ଙ୍କର ମୃତ୍ୟୁ । ଗଲା ୫ ତାରିଖ ଯବାନ କେ ଗୁଲି ବାଜିଥିଲା । ରକତ୍ ସରସର୍ ଅବସ୍ଥା ନେ ତାହାକୁ ଡାକ୍ତରଖାନା ନିଆ ଯାଇଥିଲା । ହେଲେ ଡାକ୍ତର ତାହାକୁ ସେନ ମୃତ ଘୋଷଣା କରିଥିଲେ । ସହିଦ ଯବାନ ଙ୍କର ପାର୍ଥିବ ଶରୀର କେ ସ୍ୱତନ୍ତ୍ର ହେଲିକପ୍ଟର ରେ ଗୁୱାହାଟି ଆର୍ ହାଇଦ୍ରାବାଦ ଦେଇ ବିଶାଖାପାଟଣାମରେ ପହଞ୍ଚିଥିଲା। ପରେ ତାହାକୁ ଆମ୍ବୁଲାନ୍ସ ରେ ରାୟଗଡ଼ା ଅନା ଯାଇଥିଲା । ସହର ପରିକ୍ରମା ପରେ ଘର୍ କେ ନିଆଯାଇଥିଲା ମର ଶରୀର। ତାଙ୍କର ଜନମ ଦିନ ରେ ଶେଷ ଯାତ୍ରା କରିଥିଲେ ଯବାନ । ୩୧ ବଛର ବୟସ ରେ ନିଜର ମା ମାଟି ଲାଗି ସହିଦ ହେଇକରି ଚିରଦିନ ଲାଗି ଅମର ହେଲେ ଯବାନ । ସେ ଗଲା ଦୁଇ ବଛର ଆଗରୁ ନିଜର ଅଙ୍ଗଦାନ ଲାଗି ନିଜେ ଦସ୍ତଖତ କରିଥିଲେ । ଆର୍ ମୃତ୍ୟୁ ପରେ ତାଙ୍କର ଭିନ ଭିନ୍ ଅଙ୍ଗ କେ ଡାକ୍ତରଖାନା ରେ ସଂରକ୍ଷିତ କରି ରଖା ଯାଇଛେ। ଆଏବାର ଡିସେମ୍ବର ୧୦ ତାରିକ୍ ରେ ଯବାନ ଙ୍କର ବିହାଘର ହେବାର କେ ଥିଲା । ୫୦ ଦିନର ଛୁଟି ବି ମଞ୍ଜୁର ହେଇ ସାରିଥିଲା । କିନ୍ତୁ ବିଧିର ବିଧାନ କିଛି ଅଲଗା ଥିଲା । ନିଜର ୩୧ ନମ୍ୱର୍ ବଛର ଜନମ ଦିନ ରେ ଶେଷ ଯାତ୍ରା ରେ ଜାଇ ଜୁଏ ରେ ଜଳିଲେ ଯବାନ । ତାଙ୍କର ବିୟୋଗ ରେ ସାରା ଅଞ୍ଚଳ ରେ ଶୋକ ର ଛାୟା, କନ୍ଦାବୁବା ରେ ଫାଟି ପଡୁଛେ ସାରା ଅଞ୍ଚଳ । ତାଙ୍କର ପାର୍ଥିବ ଶରୀର କେ ରାଷ୍ଟ୍ରୀୟ ମର୍ଯାଦା ସାଙ୍ଗେ ଶେଷକୃତ୍ୟ ସଂପନ୍ନ ହେଇଛେ । ଯବାନ ଙ୍କର ଶେଷ ଯାତ୍ରା ରେ ରାୟଗଡ଼ା ଜିଲ୍ଲାପାଳ, ଏସପି, ଭିନଭିନ ଦଳ ର ନେତା ଆର୍ ବରିଷ୍ଠ ନାଗରିକ ସାମିଲ ହେଇଥିଲେ ।



