ଅପରାଧତାଜା ଖବର

ପ୍ରତିଶୋଧ ଲାଗି ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ର ପ୍ରଫେସର କେ ଛୁରା ମାଡ଼ ।

ସମ୍ବଲପୁର;୩୦/୧୦(ମୋର୍ ସମିୟା) ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ର ରସାୟନ ବିଜ୍ଞାନ ବିଭାଗ ର ପ୍ରଫେସର ସତ୍ୟ ନାରାୟଣ ସାହୁ ଙ୍କୁ ଛୁରା ମାଡ଼। ତାଙ୍କର ପେଟ ରେ ଗଭୀର ଆଘାତ ହେଇଛେ। ଆକ୍ରମଣ କରିଥିବାର ବ୍ୟକ୍ତି ହେଲେ ବିଶ୍ୱ ବିଦ୍ୟାଳୟ ର ଜଣେ ପୂର୍ବତନ ସଫେଇ କର୍ମଚାରୀ । ତାଙ୍କର ନାଁ କୃପାସିନ୍ଧୁ ବାଗ ବଲି ଜଣା ପଡ଼ିଛେ। କିଛିଦିନ ତଲେ କୃପାସିନ୍ଧୁ ଙ୍କୁ ଚାକିରି ରେ ଅବହେଳା ଲାଗି ତାହାକୁ ଚାକିରି ନୁ ବାହାର କରିଦେଇଥିଲେ ପ୍ରଫେସର ସତ୍ୟନାରାୟଣ । ଆର୍ ସେତାର ପ୍ରତିଶୋଧ ନେବାର ଲାଗି ପ୍ରଫେସର ଙ୍କୁ ଯୋଜନାବଦ୍ଧ ହିସାବ ରେ ଆକ୍ରମଣ କରିଥିବାର ଅଭିଯୋଗ । ପ୍ରଫେସର ରାସାୟନିକ ବିଭାଗ କେନ୍ଦ୍ର କେ ପସଲା ବେଲେ କୃପାସିନ୍ଧୁ ବାଗ ତାହାକୁ ଛୁରା ରେ ଆକ୍ରମଣ କରିଥିଲେ । ସେ ପ୍ରଫେସର ର ଛାତି କେ ଆକ୍ରମଣ କରବାର କେ ଚେଷ୍ଟା କରିଥିଲେ କିନ୍ତୁ କମ ସମୀୟା ଭିତରେ ଠେଲାପେଲା ରେ ପ୍ରଫେସର ଙ୍କର ପେଟେ ବାଜିଥିଲା ଛୁରୀ। ତାହାକୁ ସାଙ୍ଗେ ସାଙ୍ଗ ବୁର୍ଲା ବଡ଼ ଡାକ୍ତରଖାନା କେ ନିଆ ଯାଇଥିଲା । ସେ ଏବେ ବିପଦ ମୁକ୍ତ ଥିବାର ଜଣା ପଡ଼ିଛେ। ଅଭିଯୁକ୍ତ କୃପାସିନ୍ଧୁ ବାଗ କେ ଅଟକ ରଖି ଘଟଣା ର ତଦନ୍ତ କରୁଛେ ପୋଲିସ । ଇ ଘଟଣା ପରେ ବିଶ୍ୱ ବିଦ୍ୟାଳୟ ରେ ଭୟ ର ବାତାବରଣ ଖେଲି ଯାାଇଛେ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!