ଜୀବନଚର୍ଯ୍ୟାତାଜା ଖବର

ଭତ୍ତା ପଇସା ଲାଗି ୩ କି.ମି. ଘେସରି ଘେସରି ଗଲେ ବୁଢ଼ୀ ମା ।

ବିଭାଗୀୟ ଅଧିକାରୀ ଉପରେ କାର୍ଯ୍ୟାନୁଷ୍ଠାନ ଦାବି ।

ବଲାଙ୍ଗିର;୦୨/୦୬(ମୋର୍ ସମିୟା) ଗଲା କାଲି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ୍ ପାଣ୍ଡେସରା ଗାଁରେ ଘଟିଛେ ଅଭାବନୀୟ ଘଟଣା। ଭତ୍ତା ପଇସା ଲାଗି ଘେସରି ଘେସରି ଗଲେ ୩ କି.ମି. ଜଣେ ବୃଦ୍ଧ ବିଧବା ବୁଢ଼ୀ ମା । ପାଣ୍ଡେସରା ଗାଁ ର ସ୍ୱର୍ଗତ ନରସିଂହ ନାଗ ଙ୍କର ସ୍ତ୍ରୀ ସୁରେଖା ନାଗ ସ୍ବାମୀ ଚାଲିଯିବାର ପରେ ପୁରା ଏକଲା,ପରିବାର ରେ ନାଇ ନ ଆଉ କିହେ ସାହା ଭରସା। ବୁଢୀ ମା ସବୁ ବର୍ଷ ଭତ୍ତା ପଇସା ଆନବାର ଲାଗି ୨୦୦ ଟଙ୍କା ଅଟୋ ଭଡ଼ା କରି ଥୀଶନ୍, କିନ୍ତୁ ଭାଗ୍ୟ କେ ଇ ମାସ ତାଙ୍କର ହାତେ ପଇସା ନାଇଥାଇ, ପଇସା ଆନବାର ଲାଗି ଗୁଡେ ଆଘାତ ହେଇଥିଲେ ବି ଗୁଡେ କପଡ଼ା ବାନ୍ଧି କରି ୩ କି.ମି. ପଞ୍ଚାୟତ କାର୍ଯ୍ୟାଳୟ କେ ଘେସରି ଘେସରି ଗଲେ ଭତ୍ତା ପଇସା ଆନି। ଖାତା ଯାଞ୍ଚ ପରେ ବିଭାଗୀୟ ଅଧିକାରୀ ପଇସା ଖାତା ନ ପଡ଼ି ଯାଇଥିବାର କହିଥିଲେ । ପଇସା ଉଠାବାର ଲାଗି ୧ କି.ମି. ଫେର ଘେସରି ଘେସରି ଆସିଥିଲେ ପୁଡ଼ାପଦର୍ ର କିଓସ୍କୋ ବ୍ୟାଙ୍କ କେ। କିନ୍ତୁ ଦୁର୍ଭାଗ୍ୟ ଜେ ସନ୍ଧ୍ୟା ତକ୍ ଟାକଲା ପରେ ବି ବ୍ୟାଙ୍କ୍ ର ଲିଙ୍କ କାମ ନାଇଦେବାର ନୁ ଉଠେଇ ନାଇ ପାରିଥିଲେ ପଇସା। ନିରାଶ ହେଇକରି ଘର୍ କେ ଫିରୁଥିବାର ସମିୟା ରେ ଜଣେ ଟ୍ରାକ୍ଟର ଚାଲକ ତାହାକୁ ଦେଖି କରି ଅଟକି ଯାଇଥିଲେ । ଟ୍ରାକ୍ଟର ଚାଲକ ତାକର ଦୁଃଖ ଦେଖିକରି ଘରେ ଆନିକରି ଛାଡ଼ିଥିଲେ ।

କିନ୍ତୁ, ଏବେ ପ୍ରଶ୍ନ ଉଠୁଛେ ସେ ବିଭାଗୀୟ ଅଧିକାରୀ ଙ୍କର ଉପରେ। ସରକାର ଙ୍କର କଡ଼ା ନିର୍ଦ୍ଦେଶ ଅଛେ କି ଜେନ ବୃଦ୍ଧ, ବୃଦ୍ଧା ବ୍ୟକ୍ତି ପଞ୍ଚାୟତ କାର୍ଯ୍ୟାଳୟ କେ ଆସବାର କେ ଅସମର୍ଥ ଅଛନ୍ ସେମାନକେ ଭତ୍ତା ପଇସା ତାକର ଘରେ ଦିଆଯିବା ନେଇ ଦେଇଥିଲେ ନିର୍ଦ୍ଦେଶ। କିନ୍ତୁ ସରକାର ଙ୍କର ନିର୍ଦ୍ଦେଶ କେ ସରକାରୀ ବାବୁ ଙ୍କର ବେଖାତିର। ବୃଦ୍ଧା ଙ୍କର ଘରେ ପଇସା ଦେବାର କେ ୨ ଥର ଚିଠି ଲେଖଲା ପରେ ବି ଚୁପ୍ ରହିଛନ ବିଭାଗୀୟ ଅଧିକାରୀ । ଜିଲ୍ଲାପାଳ କେ ଇ ବିଷୟ ରେ ତଦନ୍ତ କରି ଦୋଷୀ କେ କଡ଼ା କାର୍ଯୟାନୁଷ୍ଠାନ ଦାବି କରିଛନ୍ ପାଟଣାଗଡ ର କେତେଜଣ ବୁଦ୍ଧିଜୀବୀ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!