ଜୀବନଚର୍ଯ୍ୟାତାଜା ଖବରଦେଶ ବିଦେଶମୋର ସମୀୟା ଏକ୍ସକ୍ଲୁସିଭ

କେରଲ୍ କେ ଦାଦନ୍ ଖଟିଯାଇଥିଲେ ମାଟ୍ରିକ ଟପର୍ ସୁରଜ୍ ନାଗ୍, ସହଯୋଗର ହାତ୍ ବଢ଼େଇଲା ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡେରେସନ୍ ।

ପାଠ ପଢା ସମିୟା ରେ ଛାତ୍ର, ଛାତ୍ରୀ ଯାଉଛନ ଦାଦନ ଖଟି ।

ଲାଞ୍ଜିଗଡ଼;୧୧/୦୬(ମୋର୍ ସମିୟା)କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଅଞ୍ଚଲ କୁମଖାଲ ପଞ୍ଚାୟତର ଜଙ୍ଗଲ ପାହାଡ଼ ଘେରା ଟିମନଭାଡ଼ି ଗାଁର ଦିନ ମଜୁରିଆ ପରିବାରର ପୁଅ ସୁରଜ ନାଗ ମାଟ୍ରିକ ପରୀକ୍ଷାଥି ଲାଞ୍ଜିଗଡ଼ ବ୍ଳକ୍ ଟପର୍ ହୋଇଛନ୍।କିନ୍ତୁ ପରିତାପର କଥା ଆଏ ଯେ’ ପରିବାରର ଆର୍ଥିକ ସ୍ଥିତି ଅତି ଦୁର୍ବଲ ଥିବାର୍ ହେତୁ ମାଟ୍ରିକ୍ ପରୀକ୍ଷା ସାରି ସୁରଜ କେରଲକେ ଦାଦନ୍ ଖଟବାକେ ଯାଇଥିଲେ।ଇତାକେ ନେଇ ଭିନ୍ ଖବର କାଗଜ ଆଉ ଗଣମାଧ୍ୟମନେ ଖବର ପ୍ରସାରଣ ହେଇଥିଲା। ଗଣମାଧ୍ୟମରୁ ଜାଣଲା ପରେ ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡେରେସନର ସଭାପତି ଧନଞ୍ଜୟ ଦୀପ୍ ହସ୍ତକ୍ଷେପ କରିଥିଲେ ଆଉ ସେଇ ପୁଅର ପରିବାର ସାଙ୍ଗେ ଯୋଗାଯୋଗ କରି ସୁରଜ୍ କେ କେରଲନୁ ଡାକବା ଲାଗି କୁହାଯାଇଥିଲା। ପୁଅ ସୁରଜ ସୋମବାର ଦିନେ ଘରକେ ଆସଲା ପରେ ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନର ଗୁଟେ ଚାର ଜଣିଆ ଟିମ୍ ସଭାପତି ଧନଞ୍ଜୟ ଦୀପ୍,କାର୍ଯ୍ୟକାରୀ ସଭାପତି ତେଜରାଜ ବେହେରା,ସାଧାରଣ ସମ୍ପାଦକ ଶତ୍ରୁଘ୍ନ ନାଏକ,କେସିଙ୍ଗା ସଭାପତି ବିଷ୍ଣୁ ମଙ୍ଗରାଜ ବୁଧବାର ସେଇ ଟିମନଭାଡ଼ି ଗାଁକେ ଯାଇକରି ସୁରଜ ଆଉ ତାର୍ ପରିବାର ସାଙ୍ଗେ ସାକ୍ଷାତ୍ କରିଥିଲେ। ଆଉ ଗୁଟେ ଗର୍ବର କଥା ଯେ’ଜଙ୍ଗଲ ପାହାଡ଼ ଘେରାଗାଁ ବାପା-ମାଆ ଦିନ ମଜୁରିଆ।ପାଞ୍ଚଟା ପୁଅ ଝିଅ ଭିତରୁ ଦୁଇଟା ଝିଅ ଆଉ ଜଣେ ପୁଅ ମେଧାବୀ ଛାତ୍ରଛାତ୍ରୀ। ପଦ୍ମତୁଲା ନାଗ +୨ ବିଜ୍ଞାନରେ ୭୦ ପ୍ରତିଶତ ମାର୍କ ରଖି ରାୟଗଡ଼ା ମହାବିଦ୍ୟାଳୟରେ +୩ ପାଠ ପଢୁଛନ୍। ଠିକ୍ ହେନ୍ତା ସବିତା ନାଗ +୨ବିଜ୍ଞାନରେ ୬୦ପ୍ରତିଶତ ମାର୍କ ରଖିଥିବାର୍ ବେଲକେ ଆର୍ଥିକ ଅଭାବରୁ ପଢିନାଇଁ ପାରୁଛନ୍ ଆଉ ଛୋଟ ପୁଅ ସୁରଜ ନାଗ ବି ମାଟ୍ରିକରେ ଲାଞ୍ଜିଗଡ଼ ବ୍ଳକ ଟପର୍ ହେଇଛନ୍। ଏସବୁ ଜାଣବା ପରେ ଏବେ ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ୍ ପୁଅ ସୁରଜ ନାଗ ଆଉ ଝିଅ ସବିତା ନାଗ ଦୁଇ ଜଣଙ୍କର୍ ସମ୍ପୂର୍ଣ୍ଣ ପାଠ ପଢ଼େଇବାର୍ ଖର୍ଚ୍ଚ ବୁଝିବା ନିଷ୍ପତ୍ତି ନେଇଛି। ଏପଟେ ଦିନ ମଜୁରିଆ ପରିବାର। ରହିବାକୁ ଠିକ୍ ସେ ଘର ଖଣ୍ଡେ ନାହିଁ,ପଢବା ପାଇଁ ଲାଇନ୍ ଉଖିଆ ନାହିଁ,ଜମିବାଡ଼ି ନାଇଁ’ଥିବାର୍ ସଙ୍ଗେ ସମାନ୍ ତଥାପି ଶିକ୍ଷାର ମହତ୍ତ୍ୱ ବୁଝି ପାଠ ପଢୁଥିବା ଏପରିବାର ମାନବ ସମାଜର ଗୁଟେ ଉଦାହରଣ ହେଇକରି ରହେବା ବୋଲି ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡେରେସନର ସଭାପତି ଶ୍ରୀ ଦୀପ୍ କହିଛନ୍।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!