ହସ୍ତତନ୍ତ ଏକତା ମେଳା ରେ ସମ୍ବଲପୁରୀ ଶାଢ଼ୀ କେ ଅଣଦେଖା, ପଶ୍ଚିମ ଓଡ଼ିଶା ରେ ତିବ୍ର ପ୍ରତିକ୍ରିୟା।
ବିଶ୍ୱ ପ୍ରସିଦ୍ଧ ସମ୍ବଲପୁରୀ ଶାଢ଼ୀ କେ ଅଣଦେଖା।

ଭୁବନେଶ୍ୱର;୧୦/୦୮(ମୋର୍ ସମିୟା) ଜାତୀୟ ହସ୍ତତନ୍ତ ଦିବସ ଲାଗି ଗଲା ୬ ତାରିଖ ନୁ ଭୁବନେଶ୍ୱର ଜନତା ମଇଦାନ ରେ ହସ୍ତତନ୍ତ ଏକତା ମେଳା କେ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଇ କାର୍ଯକ୍ରମ ରେ ଯୋଗ ଦେଇଥିଲେ ଜଣାଶୁଣା ଅଭିନେତ୍ରୀ ମାଧୁରୀ ଦିକ୍ଷୀତ। କିନ୍ତୁ ଇ ମେଳା ରେ ଲାଗିଥିବାର ଓଡ଼ିଶା ର ମାନଚିତ୍ର କେ ନେଇ ଏବେ ପଶ୍ଚିମଓଡ଼ିଶା ବାସୀ ଙ୍କର ଭିତରେ ଦେଖବାର କେ ମିଲିଛେ ତୀବ୍ର ଅସନ୍ତୋଷ । ଇ ମାନଚିତ୍ର ରେ ଓଡ଼ିଶା ର ଭିନଭିନ୍ ଜିଲ୍ଲା ରୁ ବାହାରୁଥିବା ହସ୍ତତନ୍ତ ଜେନ୍ତା କି ଟସର, ଖଣ୍ଡୁଆ ପାଟ, ଡଙ୍ଗରିଆ ଶାଢ଼ୀ, କଟକି ଶାଢ଼ୀ ଏନ୍ତା ଅନେକ ପ୍ରସିଦ୍ଧ ଶାଢ଼ୀ ର ନା ଦର୍ଶାଯାଇଛେ । କିନ୍ତୁ ଇ ମାନଚିତ୍ର ରେ ବିଶ୍ୱ ପ୍ରସିଦ୍ଧ ସମ୍ବଲପୁରୀ ଶାଢ଼ୀ କେ ଭୁଲିଗଲେ ସରକାର । ଇ ଘଟଣା କେ ନେଇ ସମ୍ବଲପୁରୀ ବସ୍ତ୍ର କେ ପସନ୍ଦ କରୁଥିବାର ଲୋକେ ଓ ବୁଣାକାର ଙ୍କର ଭିତରେ ଅସନ୍ତୋଷ ଦେଖବାର୍ ମିଲିଛେ । ହସ୍ତତନ୍ତ କେ ନେଇ ଓଡ଼ିଶା ଯଦି ଦେଶ ବିଦେଶ ରେ ପରିଚୟ ପାଇଛେ ତେବେ ସମ୍ବଲପୁରୀ ଶାଢ଼ୀ ଗୁଟେ ମୁଖ୍ୟ ଭୂମିକା ନେଇଛେ । କିନ୍ତୁ ଇ ରାଜ୍ୟ ସ୍ତରୀୟ ମେଳା ରେ ସମ୍ବଲପୁରୀ ଶାଢ଼ୀ କେ ଅଣଦେଖା କରବାର ଟା ପ୍ରତ୍ୟେକ ପଶ୍ଚିମ ଓଡ଼ିଶା ବାସୀ ଙ୍କର ମନେ ଆଘାତ ଦେଇଛେ । ବାରମ୍ବାର ପଶ୍ଚିମ ଓଡ଼ିଶା କେ ଅବହେଳା କରୁଛନ ସରକାର ଇଟା ଗୋଟେ ତାର ବଡ଼ ଉଦାହରଣ କହୁଛନ ସାଧାରଣ ଜନତା ।