ତାଜା ଖବରମୋର ସମୀୟା ଏକ୍ସକ୍ଲୁସିଭରାଜନୀତି

ନୂଆପଡ଼ା ଉପ ନିର୍ବାଚନ ପ୍ରାର୍ଥୀ ଘୋଷଣା କଲା ବିଜେଡ଼ି; ସ୍ନେହାଙ୍ଗିନୀ ଛୁରିଆ ହେଲେ ବିଜେଡ଼ି ପ୍ରାର୍ଥୀ ।

ବିଜେଡ଼ି ଖେଲା ମହିଳା କାର୍ଡ।

ନୂଆପଡ଼ା;୧୫/୧୦(ମୋର୍ ସମିୟା) ବିଜେଡ଼ି ଘୋଷଣା କଲା ନୂଆପଡ଼ା ଉପ ନିର୍ବାଚନ ପ୍ରାର୍ଥୀ । ପଶ୍ଚିମ ଓଡ଼ିଶା ର ଟାଣୁଆ ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ହେଲେ ବିଜେଡ଼ି ପ୍ରାର୍ଥୀ । ପୂର୍ବତନ ମନ୍ତ୍ରୀ ଆର୍ ଅତାବିରା ର ଦୁଇ ଥର ବିଧାୟିକା ଥିଲେ ସ୍ନେହାଙ୍ଗିନୀ । ଅନେକ ବଛର୍ ଧରି ବିଜେଡ଼ି ଉପରେ ବିଶ୍ୱାସ କରିଥିଲେ ନୂଆପଡ଼ା ବାସି । କିନ୍ତୁ ଉପ ନିର୍ବାଚନ ରେ ତିନି ଦଳ ଭିତରେ ହେବାର କେ ଯାଉଛେ ମହା ଲଢେଇ । ଦଳର ସଭାପତି ନବୀନ ପଟ୍ଟନାୟକ ନା ଘୋଷଣା କଲା ପରେ ସ୍ନେହାଙ୍ଗିନୀ ନବୀନ ଙ୍କୁ ଧନ୍ୟବାଦ ଜଣାବାର ସାଙ୍ଗେ ଜୀବନ ର ଶେଷ ନିଃଶ୍ୱାସ ତକ୍ ନୂଆପଡ଼ା ବାସି ଙ୍କର ଲାଗି କାମ କରମୀ କହିଛନ୍ । ଆଜି ନବୀନ ନିବାସ ରେ ପ୍ରାର୍ଥୀ ଘୋଷଣା ନେଇ ବସିଥିଲା ବୈଠକ । ଦଳ ଭରସା କରିଛେ ସ୍ନେହାଙ୍ଗିନୀ ଙ୍କର ଉପରେ । ୨୦୧୪ ଆର୍ ୨୦୧୯ ରୁ ବରଗଡ଼ ଜିଲ୍ଲା ଅତାବିରା ରୁ ବିଧାୟିକା ହେଇଥିଲେ ସ୍ନେହାଙ୍ଗିନୀ । ଗଲା ୨୦୨୪ ନିର୍ବାଚନ ରେ ବିଜେପି ପ୍ରାର୍ଥୀ ନିହାର ମହାନନ୍ଦ ନୁ ହରିଥିଲେ ସ୍ନେହାଙ୍ଗିନୀ । କିନ୍ତୁ ପରାଜୟ ସତ୍ୱେ ବି ଦଳ ସ୍ନେହାଙ୍ଗିନୀ ଙ୍କର ଉପରେ କରିଛେ ଭରସା। ସରକାର ପରିବର୍ତନ ହେବାର ପରେ ଇଟା ହେଉଛେ ପହେଲା ଉପ ନିର୍ବାଚନ, ଭୋଟର କରୁଛନ କାହାର ଉପରେ ବିଶ୍ଵାସ?
ତିନି ଦଳ ର ସରିଛେ ପ୍ରାର୍ଥୀ ଘୋଷଣା। କଂଗ୍ରେସ ରୁ ଘାସିରାମ ମାଝି, ବିଜେପି ରୁ ଜୟ ଢୋଲକିଆ, ବିଜେଡ଼ି ରୁ ସ୍ନେହାଙ୍ଗିନୀ ଛୁରିଆ କେ ମିଲିଛେ ଦାୟିତ୍ଵ । ଆଜି କଂଗ୍ରେସ ଦଳ ର ପ୍ରାର୍ଥୀ ଘାସିରାମ ମାଝି କରି ସାରିଛନ ପ୍ରାର୍ଥୀ ପତ୍ର ଦାଖଲ। ଆଏବାର କାଲି ବିଜେପି ର ପ୍ରାର୍ଥୀ ଜୟ ଢୋଲକିଆ ମୁଖ୍ୟମନ୍ତ୍ରୀ ଙ୍କର ଉପସ୍ଥିତି ରେ କରବେ ପ୍ରାର୍ଥୀ ପତ୍ର ଦାଖଲ । ଦେଖବାର୍ ବାକି ରହିଛେ କାହାର ହଉଛେ ନୂଆପଡ଼ା ?

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!