ନୂଆପଡ଼ା ଉପ ନିର୍ବାଚନ ଆଗରୁ ବିଜେପି କେ ଝଟକା,ବିଜେଡ଼ି ରେ ମିଶିଲେ ବସନ୍ତ ପଣ୍ଡା ଙ୍କର ପୁତୁରା ।
ନବୀନ ପଟ୍ଟନାୟକ ଙ୍କୁ ଭେଟି ହେଲେ ସାମିଲ ।

ନୂଆପଡ଼ା;୨୯/୧୦(ମୋର୍ ସମିୟା) ନୂଆପଡ଼ା ଉପ ନିର୍ବାଚନ ଆଗରୁ ବିଜେପି କେ ଲାଗିଛେ ଗୁଟେ ଝଟକା । ବିଜେପି ଛାଡି ବିଜେଡ଼ି ରେ ସାମିଲ୍ ହେଲେ ବିଜେପି ନେତା ବସନ୍ତ ପଣ୍ଡା ଙ୍କର ପୁତୁରା ହରିଶଚନ୍ଦ୍ର ପଣ୍ଡା । ହରିଶଚନ୍ଦ୍ର ଙ୍କର ସାଙ୍ଗେ ଆର୍ ତିନ ଜଣ ଯୁବ ନେତା ବି ବିଜେପି ଛାଡି ବିଜେଡ଼ି ରେ ସାମିଲ୍ ହେଇଛନ । ସେମାନେ ହେଲେ ସରପଞ୍ଚ ସଂଘ ର ସାଧାରଣ ସମ୍ପାଦକ ତଥା ପୂର୍ବତନ ଜିଲ୍ଲା ଉପ ସଭାପତି ଶ୍ରୀ ଟେକରାମ ସାହୁ ଓ ପୂର୍ବତନ ନୂଆପଡ଼ା ନଗର ସଭାପତି ଉମେଶ ସହିସ ଆଜି ବିଜୁ ଜନତା ଦଳ ରେ ଯୋଗ ଦେଇଛନ । ଆଜି ଦଳ ର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଭେଟି ଶଙ୍ଖ ଭବନ ରେ ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର ତାଙ୍କୁ ସ୍ବାଗତ କରିଥିଲେ।
ବିଜେଡ଼ି ରେ ସାମିଲ୍ ହେବାର ପରେ ହରିଶଚନ୍ଦ୍ର କହିଛନ ବିଜେପି ଜୟ ଢ଼ୋଲକିଆ କେ ଦଳ ରେ ମିଶେଇ ପ୍ରାର୍ଥୀ କରି ଦଳ ର କର୍ମକର୍ତ୍ତା କେ ଅଣଦେଖା କରିଛେ । ସେଥିର ଲାଗି ଆଏବାର ସପ୍ତାହ ରେ ବିଜେପି ଛାଡି ଅନେକ କର୍ମୀ ବିଜେପି ରେ ଯୋଗଦେବେ । ଆମେ ସୁନବାର କେ ପାଇଛୁ ବସନ୍ତ ପଣ୍ଡା ଙ୍କୁ ରାଜ୍ୟସଭା ସାଂସଦ ଓ ତାଙ୍କର ପୁଅ ଅଭିନନ୍ଦନ ପଣ୍ଡା ଙ୍କୁ ନିଗମ ଅଧ୍ୟକ୍ଷ ର ପ୍ରତିଶୃତି ଦେଇଛେ ବିଜେପି କହିଛନ୍ ବସନ୍ତ ଙ୍କର ପୁତୁରା । ନୀତି ଆଦର୍ଶ କ ବିଜେପି ଖାଲି ଡ଼ିଲ କରୁଛେ । ନୂଆପଡ଼ା ଉପ ନିର୍ବାଚନ ରେ ବିଜେଡ଼ି କେ ବିପୁଳ ସଂଖ୍ୟା ରେ ଭୋଟ ଦେଇ ଜୟଯୁକ୍ତ କରାବେ କହିଛନ ହରିଶଚନ୍ଦ୍ର ପଣ୍ଡା।




