ତାଜା ଖବର

ବଲାଙ୍ଗିର ୨୬ ନମ୍ୱର୍ ଜାତୀୟ ରାଜପଥ ଏସପି ଙ୍କର ଘର୍ ପାଖେ ଭୟଙ୍କର ଟ୍ରକ୍ ଦୁର୍ଘଟଣା।

ଡ୍ରାଇଭର ଗୁରୁତୁର।

ବଲାଙ୍ଗିର;୦୪/୧୧(ମୋର୍ ସମିୟା) ବଲାଙ୍ଗିର ଏସପି ଙ୍କର ଘର୍ ପାଖେ ଟ୍ରକ ଆର୍ ଟ୍ରଲର ଧକ୍କା । ଦୁର୍ଘଟଣା ରେ ଟ୍ରଲର ଡ୍ରାଇଭର ଗୁରୁତୁର । ସମ୍ବଲପୁର ରୁ ଆନ୍ଦ୍ରପ୍ରଦେଶ ଯାଉଥିବାର ଟ୍ରକ୍ ଭବାନୀପାଟଣା ଆଡୁ ଆସୁଥିବାର ଗୁଟେ ଟ୍ରଲର ମୁହାଁମୁହିଁ ଧକ୍କା ହେଇଥିଲା। ପାହାନ୍ତିଆ ୪ ବଜେ ଇ ଦୁର୍ଘଟଣା ଘଟିଥିବାର ଜଣାପଡ଼ିଛେ । ଦୁର୍ଘଟଣା ପରେ ୨୬ ନମ୍ବର୍ ଜାତୀୟ ରାଜପଥ ଯାନ ବାହାନ ଚାଳନା ଠପ୍ ହେଇଥିଲା ।ଖବର ପାଇ ଘଟଣା ସ୍ଥଳରେ ଟାଉନ୍ ପୋଲିସ ପହଞ୍ଚି ଦୁର୍ଘଟଣା ଗାଡ଼ି କେ ରାସ୍ତା ତରା କେ ନେଇଥିଲା । ଗଲକାଲି ବି ୨୬ ନମ୍ୱର୍ ଜାତୀୟ ରାଜପଥ ରେ ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା ହେଇଥିଲା ଜଣେ କର ଜୀବନ ବି ଯାଇଥିଲା । ଆର୍ ଆଜି ବି ଘଟିଛେ ଦୁର୍ଘଟଣା । ବାରମ୍ବାର ବଲାଙ୍ଗିର ରେ ଦୁର୍ଘଟଣା ଘଟୁଛେ, ଅନେକ ନିରୀହ ଜୀବନ ଯାଉଛେ । ବାରମ୍ବାର ବାଇପାସ୍ ଦାବି ହେଉଛେ,କିନ୍ତୁ ଚିର ନିଦ୍ରା ରେ ପ୍ରଶାସନିକ ଅଧିକାରୀ। ଆର୍ କେତେ ଜୀବନ ଗଲେ ହେବା ବାଇପାସ୍ ରାସ୍ତା କାମ। ଅସନ୍ତୋଷ ବଲାଙ୍ଗିର ବାସି ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!