ଅପରାଧତାଜା ଖବର

ମଟରସାଇକେଲ ର ଡିକି ଭାଙ୍ଗି ୫ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ।

ଦିନର ଦ୍ୱିପହରେ ଲୁଟ୍।

ବଲାଙ୍ଗିର;୩୧/୧୦(ମୋର୍ ସମିୟା) ବଲାଙ୍ଗିର ଜିଲ୍ଲା ତୁଷୁରା ରେ ଦିନର ଦ୍ୱିପହରେ ମଟରସାଇକେଲ ର ଡିକି ଭାଙ୍ଗି ୫ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଲୁଟ ର ଶିକାର ହେଇଥିବାର ବ୍ୟକ୍ତି ହେଲେ ସ୍ଥାନୀୟ ଅଞ୍ଚଳ ର ରିଙ୍କୁ ଷଡ଼ଙ୍ଗୀ । ତୁଷୁରା ଷ୍ଟେଟ ବ୍ୟାଙ୍କ ରୁ ୫ ଲକ୍ଷ ଟଙ୍କା କାଢି କରି ଗାଡ଼ି ଡିକି ରେ ରଖିଥିଲେ ରିଙ୍କୁ । ଘର୍ କେ ଆସବାର ସମିୟା ରେ କିଛି ଘିନବାର ଲାଗି ଦୁକାନ କେ ଗାଡ଼ି ଥୁଇ କରି ଯାଇଥିଲେ । ଦୁକାନ ରୁ ଆସବାର ସମିୟା ରେ ଗାଡ଼ି ଡିକି ଭାଙ୍ଗି ଥିବାର ଦେଖି ପୋଲିସ କେ ଜନେଇଥିଲେ ରିଙ୍କୁ। ପୋଲିସ ପାଖେ ଥିବାର ଭିନଭିନ୍ ଦୋକାନ ର ସିସିଟିଭି ଯାଞ୍ଚ କରିଛେ । ଦିନର ଦ୍ୱିପହରେ ଜନଗହଲି ଜାଗା ନୁ ଆର୍ ତୁଷୁରା ଥାନା ରୁ ୧୦୦ ମିଟର ଦୁରେ ଚୋରି ଘଟଣା କେ ନେଇ ଅଞ୍ଚଳ ରେ ଚାଞ୍ଚଲ୍ୟ ସୃଷ୍ଟି କରିଛେ । ଘଟଣା ର ପୁରା ଦୃଶ୍ୟ ସିସିଟିଭି ରେ କଏଦ ହେଇଛେ । ତିନ ଜଣ ଲୁଟେରା ଆସି ଡିକି ଖୁଲିକରି ମଟରସାଇକେଲ ରେ ଟଙ୍କା ଧରି ଫେରାର ମାରିଥିବାର ଦୃଶ୍ୟ ପୁରା ସିସିଟିଭି ରେ କଏଦ ହେଇଛେ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!