ତାଜା ଖବରଦେଶ ବିଦେଶରାଜନୀତି

କେନ୍ଦ୍ର ସରକାର ଙ୍କର ଶ୍ରମିକ ମାରଣ ନୀତି ଆର୍ ଚାଷୀ ବିରୋଧୀ ନୀତି ବିରୋଧ ରେ ୧୨ ତାରିଖ ଭାରତ ବନ୍ଦ ଡ଼ାକରା, ଅଖ ଚକ ସବୁ ଠପ୍।

ସାରା ଭାରତ ହେବା ଠପ୍।

ବଲାଙ୍ଗିର;୦୮/୦୨ (ମୋର୍ ସମିୟା) ଆଏବାର ଫେବୃୟାରୀ ୧୨ ତାରିଖ ଭାରତ ବନ୍ଦ ଡ଼ାକରା । କେନ୍ଦ୍ର ସରକାର ଙ୍କର ଶ୍ରମିକ ମାରଣ ନୀତି ଆର୍ କୃଷକ ବିରୋଧୀ ନୀତି ବିରୋଧ ରେ ଭିନଭିନ୍ ସଂଗଠନ ପକ୍ଷ ରୁ ଦିଆ ଯାଇଛେ ଭାରତ ବନ୍ଦ ଡାକରା । ବିଜେପି ର ତୃତୀୟ ପାଲି ସରକାର ରେ ଶ୍ରମିକ କର୍ମଚାରୀ ଚାରି ଟା ଶ୍ରମ କୋଡ଼ ଲାଗୁ କରିଛନ । ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ ରେ ପୂର୍ଣ୍ଣ କେନ୍ଦ୍ରୀୟ ଆର୍ଥିକ ଅନୁଦାନ ରେ “ଏମଏନଆରଜିଏଜ ” କେ ହଟେଇ କନକ୍ଟ୍ରଟର ଭିବି ଜିଆଇଏମ ଜି ଆଇନ ୨୦୨୫ ପ୍ରଣୟନ କରି ଶ୍ରମିକ ମାନଙ୍କର କାମ କରିବାର ଅଧିକାର କେ ଖର୍ବ କରିଛନ,୨୦୨୧ ରେ କୃଷକ ବିରୋଧୀ କୃଷି ଆଇନ ପ୍ରତ୍ୟାହର ବେଲେ କୃଷି ଉତ୍ପାଦନ ର ସର୍ବନିମ୍ନ ସହାୟକ ମୂଲ୍ୟ ଆଇନ ପ୍ରଣୟନ ପ୍ରତିଶୃତି ଦେଇ ଇହାଦେ ତକ୍ ବି ଆଇନ ଲାଗୁ ନାଇ କରି ଚାଷୀ କେ ଠକି ଚାଲିଛନ। ବିହନ ବିଲ୍ ୨୦୨୫, ବିଦ୍ୟୁତ୍ ବିଲ ୨୦୨୫,ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ୨୦୨୫, ଶାନ୍ତି ବିଲ ୨୦୨୫, ସବକା ବିମା, ସବକା ରକ୍ଷା ବିଲ ୨୦୨୫ ବିଲ ମାନେ ଆଗତ କରି ମୋଦି ସରକାର ଦେଶ ବିରୋଧ ରେ ଆକ୍ରମଣ କରି ଚାଲି ଥିବାର ଅଭିଯୋଗ କରିଛନ ଶ୍ରମିକ ଓ ଚାଷୀ ସଂଗଠନ । ଫ୍ୟାକ୍ଟ୍ରି ଆଇନ ୧୯୪୮ ସଂଶୋଧନ କରି ଦୈନିକ କାମ କରବାର ସମିୟା ୮-୧୨ ଘଣ୍ଟା କେ ବଢ଼ାବାର ପ୍ରସ୍ତାବ, ମହିଳା କର୍ମଚାରୀ ମାନକେ ରାତି କାମ କରବାର କେ ବାଧ୍ୟ କରୁଥିବାର ପ୍ରସ୍ତାବ କେ ରଦ୍ଧ,ଶ୍ରମିକ ମାନଙ୍କର ସର୍ବନିମ୍ନ ମଜୁରୀ ୨୬ ହଜାର ଟଙ୍କା ହାରରେ ପ୍ରଦାନ କରିବା ଦାବିରେ ଦେଶ ର ୧୦ ଟା କେନ୍ଦ୍ରୀୟ ଟ୍ରେଡ ୟୁନିୟାନ୍ ଓ ସ୍ଵାଧୀନ କର୍ମଚାରୀ ଫେଡ଼ରେସନ୍,ବ୍ୟାଙ୍କ, ବୀମା, କେନ୍ଦ୍ର ରାଜ୍ୟ ସରକାର ଙ୍କର କର୍ମଚାରୀ ତରଫ ରୁ ୧୨ ତାରିଖ ଦେଶବ୍ୟାପୀ ଧର୍ମଘଟ ର ଆହ୍ଵାନ ଦେଇଛନ । ଓଡ଼ିଶା ରେ ବି ସବୁ ଖଣି ଓ ଶିଳ୍ପାଞ୍ଚଳ ରେ ଶ୍ରମିକ ମାନେ କରବେ ଜୋର୍ ଦାର ଆନ୍ଦୋଳନ । ବିଦ୍ୟୁତ୍,ବ୍ୟାଙ୍କ୍,ସରକାରୀ ଅଫିସ, ପରିବହନ ଅଫିସ୍ ମାନକେ ଝୁଲବା ତାଲା। ରାଜ ରାସ୍ତା ରେ ପିକେଟିଂ କରି ଆନ୍ଦୋଲନ କରବେ ଶ୍ରମିକ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!