
ବଲାଙ୍ଗିର;୨୬/୦୭ ଲୋୟର ସୁକତେଲ ଡେମ୍ ନୁ ଛଡ଼ାଗଲା ଇ ବଛର୍ ର ପହେଲା ବଏଡ଼ ପାଏନ୍। ଲୋୟର ସୁକତେଲ କେ ଯେତେ ପାଏନ୍ ଆସବାର କଥା ତାର ନୁ ଅଧିକା ପାଏନ୍ ଆସୁଥିବାର ନୁ ଖୁଲାଗଲା ଗେଟ୍ । ସାଏରନ୍ ବାଜଲା ପରେ ୩ ଟା ଗେଟ୍ ଦେଇକରି ଯାଉଛେ ଲୋୟର ସୁକତେଲ ର ପହେଲା ବଏଡ଼ ପାଏନ୍। ଏଥିରେ ୫୦୦ କ୍ୟୁବିକ ମିଟର ପାଣି ଛଡ଼ାଯାଉଛେ । ପ୍ରବଳ ବର୍ଷା ଲାଗି କୁମିଆପାଲି ଗାଁ କେ ରାତି ପଶିଥିଲା ପାଏନ୍। ପାଏନ୍ ଉପରେ ନଜର ରଖିଛନ୍ ଲୋୟର ସୁକତେଲ କର୍ତ୍ତୃପକ୍ଷ।



