
ନୂଆଦିଲ୍ଲୀ;୨୫/୦୭(ମୋର୍ ସମିୟା) ସବୁ କଳ୍ପନା ଜଳ୍ପନା ର ଅନ୍ତ ଘଟିଲା । ଧର୍ମେନ୍ଦ୍ର ପ୍ରଧାନ ଙ୍କ ଇସ୍ତଫା ପରେ କିଏ ଦେଶ ର ନୂଆ ଶିକ୍ଷା ମନ୍ତ୍ରୀ ହେବା ନେଇ ଚାରି ଆଡେ ଚାଲିଥିଲା ଚର୍ଚ୍ଚା । ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଇସ୍ତଫା ଗ୍ରହଣ କରି ପ୍ରଲ୍ଲାଦ ଯୋଶୀ ଙ୍କୁ ଶିକ୍ଷା ମନ୍ତ୍ରାଳୟ ର ଦାୟିତ୍ବ ଦିଆଯାଇଛି ।ପ୍ରହ୍ଲାଦ ଯୋଶୀ ବର୍ତ୍ତମାନ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ, ନୂତନ ଓ ନବୀକରଣୀୟ ଶକ୍ତି ମନ୍ତ୍ରୀ ଅଛନ୍ତି। ପେପର ଲିକ ବିବାଦକୁ ନେଇ ଦିଲ୍ଲୀର ଜନ୍ତର-ମନ୍ତରରେ ଚାଲିଥିବା ଆନ୍ଦୋଳନର ଚାପରେ ନିଜର ଇସ୍ତଫାପତ୍ର ପ୍ରଦାନ କରିଥିଲେ।
ସେ ନିଜ ଇସ୍ତଫା ପତ୍ର ରେ ଲେଖିଛନ୍ତି ଯେ ଦୀର୍ଘ ୪୦ ବର୍ଷରୁ ଅଧିକ ସମୟ ଧରି ଛାତ୍ର, ଶିକ୍ଷକ ଏବଂ ଶିକ୍ଷା ସଂସ୍କାର ପାଇଁ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିଆସୁଛନ୍ତି । ୨୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଓ ନିରପେକ୍ଷ ପରୀକ୍ଷା ସୁନିଶ୍ଚିତ କରିବା ତାଙ୍କର ପ୍ରାଥମିକତା ଥିଲା। ସଫଳତାର ସାଙ୍ଗେ ପୁଣି ଥରେ ପରୀକ୍ଷା ଓ ଫଳାଫଳ ପ୍ରକାଶ ପାଇବା ପରେ ବି କିଛି ଲୋକ ଛାତ୍ରମାନଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରିଥିଲେ, ଯାହା ତାଙ୍କୁ ଗଭୀର ଆଘାତ ଦେଇଛି।ଏହା ତାଙ୍କର ବ୍ୟକ୍ତିଗତ ସମ୍ମାନର ବିଷୟ ନୁହେଁ, ବରଂ ଦେଶର ଯୁବପିଢ଼ିଙ୍କ ଭବିଷ୍ୟତର ପ୍ରଶ୍ନ। ଛାତ୍ରମାନଙ୍କ ଭବିଷ୍ୟତ ଆଇନଗତ ବିବାଦ ଏବଂ ରାଜନୈତିକ ଦ୍ୱନ୍ଦ୍ୱରେ ଫସିଯାଉ କିମ୍ବା ସେମାନଙ୍କ ପାଠପଢ଼ା ପ୍ରଭାବିତ ହେଉ, ସେ ତାହା ଚାହାଁନ୍ତି ନାହିଁ। ଏହି କାରଣରୁ ସେ ନିଜ ପଦରୁ ଓହରିଯିବାକୁ ନିଷ୍ପତ୍ତି ନେଇଛନ୍ତି । ସେ ଶେଷ ରେ ପ୍ରଧାନମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇଛନ୍ତି। ଭାରତ ମାତା, ଓଡ଼ିଶାବାସୀ ଏବଂ ଦେଶର ଯୁବପିଢ଼ିଙ୍କ ସେବାରେ ସଦାସର୍ବଦା ନିୟୋଜିତ ରହିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାର କିଛି ଘଣ୍ଟା ପରେ, CJP ର ପ୍ରବକ୍ତା ସୌରଭ ଦାସ ଏବଂ ଆଶୁତୋଷ ରାଙ୍କା, କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ଓ ଜିତେନ୍ଦ୍ର ସିଂହଙ୍କ ସହ ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯେ, ସରକାର ସେମାନଙ୍କ ଦାବି ପୂରଣ କରିବାକୁ ଆଶ୍ୱାସନା ଦେବା ପରେ ସେମାନେ ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି।




