ତାଜା ଖବରରାଜନୀତି

ପଶ୍ଚିମ ଓଡ଼ିଶା ର ଟାଣୁଆ ନେତା ସୁଶାନ୍ତ ସିଂ ଙ୍କ ପରଲୋକ ।

ବରଗଡ଼ ଭଟଲି ର ପୂର୍ବତନ ବିଧାୟକ।

ବରଗଡ଼;୨୭/୦୭(ମୋର୍ ସମିୟା) ବରଗଡ଼ ଭଟଲି ର ପୂର୍ବତନ ବିଧାୟକ ସୁଶାନ୍ତ ସିଂ ଙ୍କ ପରଲୋକ । ପଶ୍ଚିମ ଓଡ଼ିଶା ର ଜଣେ ଟାଣୁଆ ନେତା ଭାବେ ସେ ବେଶ୍ ପରିଚିତ। ୨୦୦୯,୨୦୧୪,୨୦୧୯ ରେ ବିଜେଡ଼ି ସରକାର ସମୟ ରେ ଥିଲେ ବିଧାୟକ ଓ ମନ୍ତ୍ରୀ । ପୂର୍ବ ବିଜେଡ଼ି ସରକାର ସମିୟା ରେ ସେ ଶ୍ରମ ଓ ଗ୍ରାମ ଉନ୍ନୟନ ମନ୍ତ୍ରୀ ଥିଲେ । ଭୁବନେଶ୍ଵର ର ଏକ ଘରୋଇ ଡାକ୍ତରଖାନାରେ ଗଲା ରାତି ତାଙ୍କର ପରଲୋକ । ବିଧାନସଭା ରେ ଦିଆଗଲା ଗାର୍ଡ ଅଫ୍ ଅନର୍। ଶଙ୍ଖ ଭବନରେ ଶେଷ ଦର୍ଶନ କଲେ ଅନେକ ବରିଷ୍ଠ ନେତା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଶ୍ରଦ୍ଧାଞ୍ଜଳି। ମୃତ୍ୟୁ ସମୟ ରେ ତାଙ୍କୁ ୫୩ ବର୍ଷ ହେଉଥିଲା । ବରଗଡ଼ ସହର ଭଟଲି ବ୍ଲକ ର ବାଉଶେନମୁରା ଗାଁ ରେ ଜନ୍ମ ହେଇଥିଲେ ସୁଶାନ୍ତ ସିଂ । ତାଙ୍କ ଅକାଳ ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା। ସୁଶାନ୍ତ ଙ୍କ ଅକାଳ ବିୟୋଗରେ ରେ ଶୋକବାର୍ତ୍ତା ଜଣାଇଲେ ସୁଶାନ୍ତ ଙ୍କ ଶୁଭେଛୁ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!