ତାଜା ଖବରଦେଶ ବିଦେଶମନୋରଞ୍ଜନ

ନଭେମ୍ବର ୧ ରୁ କଂସ ଚୟନ ପ୍ରକ୍ରିୟା, ଉଠଲା କଳାକାର ଙ୍କର ବୟସ ନିୟମ ।

ବରଗଡ଼;୨୯/୧୦(ମୋର୍ ସମିୟା) ୭୯ ତମ ବରଗଡ଼ ଧନୁଯାତ୍ରା ଲାଗି ମୁଲ ହେଲା ନ ପ୍ରସ୍ତୁତି। ଆଏବାର ଜାନୁୟାରୀ ୧୨ ନୁ ୨୨ ତକ୍ ହେବାର କେ ଯାଉଛେ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଇ ବଛର ଫେର୍ ଥରେ ବଛା ହେବେ ନୂଆ କଂସ । ନଭେମ୍ବର ୧ ତାରିଖ ବିଜ୍ଞପ୍ତି ବାହାରିବାର ପରେ ନଭେମ୍ବର ୧୫ ସୁଦ୍ଧା ସେମାନେ ଅନଲାଇନ ଓ ଅଫଲାଇନ ରେ ଆବେଦନ କରିପାରିବେ । ନଭେମ୍ବର ୩୦ ତକ୍ କଂସ ଚୟନ ସାରବାର କେ ଲକ୍ଷ୍ୟ ।କିନ୍ତୁ ଏଥର କଂସ ଭୂମିକା ଲାଗି ବୟସ ସୀମା ନିୟମ କେ ଉଠେଇ ଦିଆ ଯାଇଛେ। ୬୦ ବଛର ନୁ ଅଧିକ କଳାକାର ମାନେ ବି ଭାଗ ନେଇ ପାରବେ। ସେମାନ କେ ନିଜର ସ୍ୱାସ୍ଥ୍ୟ ପ୍ରମାଣ ଦାଖଲ କରବାର ପଡ଼ବା । ଯିଏ ଇ ଭୂମିକା ରେ ଚୟନ ହେବେ ତାହାକୁ ଦୁଇ ବଛର୍ ଲାଗି କଂସ ଭୂମିକା ରେ ଅଭିନୟ କରବେ ।

ଗଲା ବଛର ଅଭିନୟ କରିଥିବାର ଜଣାଶୁଣା କଳାକାର ସୁଶୀଲ ମେହେର ନିଜର ବିରତି ଘୋଷଣା କରି ଜିଲ୍ଲାପାଳ ତଥା ଧନୁଯାତ୍ରାର ମହୋତ୍ସବ ସମିତିର ସଭାପତି ଆଦିତ୍ୟ ଗୋୟଲ ଙ୍କୁ ଜଣେଇଥିଲେ । ତାଙ୍କର ଅଭିନୟ ସମିୟା ରେ ଅନେକ ବାଦ ବିବାଦ ହେବାର ନୁ ସେ ମାନସିକ ଚାପ ରେ ଥିବାର ସାଙ୍ଗେ ଇ ବଛର୍ ଅଭିନୟ କରବାର ଲାଗି ଅକ୍ଷମ କହିଥିଲେ । କିନ୍ତୁ ଏବେ ସମକର ମନ୍ ରେ ଗୁଟେ ପ୍ରଶ୍ନ କିଏ ସେ ନୂଆ ଚେହେରା ? କିଏ ହେବେ ସେ ମଥୁରା ନଗରୀ ର ରାଜା ଯିଏ ୧୦ ଦିନ ଧରି ବିଶ୍ୱ ର ସର୍ବବୃହତ୍ ଖୋଲା ଆକାଶ ରଙ୍ଗ ମଞ୍ଚ ରେ କରବେ ଅଭିନୟ ? ତାଙ୍କର ଅଟହାସ୍ୟ ହସ ରେ ଥରହର ହେବା ସାରା ମଥୁରା ନଗରୀ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!