ତାଜା ଖବର

ବଲାଙ୍ଗିର ସମଲେଶ୍ୱରୀ ମନ୍ଦିର ର ଉନ୍ନତିକରଣ ଲାଗି ଦୁକାନ ଭାଙ୍ଗଲା ପ୍ରଶାସନ ।

ବଲାଙ୍ଗିର;୨୦/୦୮(ମୋର୍ ସମିୟା) ଏତେ ଦିନ ପରେ ଭାଙ୍ଗଲା ପ୍ରଶାସନ ର ନିଦ୍। ବଲାଙ୍ଗିର ବାସୀ ଓ ମା ସମଲେଶ୍ୱରୀ ଙ୍କର ଭକ୍ତ ଙ୍କର ବାରମ୍ବାର ଅଭିଯୋଗ ପରେ ବି ନାଇ ହେଇପାରୁ ଥାଇ ସମଲେଶ୍ୱରୀ ମନ୍ଦିର ର କାମ । ଅଛରେ ପାଏନ୍ ବର୍ଷା ହେଲେ ଡ୍ରେନ୍ ଆର୍ ରୋଡ଼ ର ପାଏନ୍ ଆସିକରି ମା ସମଲେଶ୍ୱରୀ ଙ୍କର ଗର୍ଭଗୃହ ରେ ଲହରୀ ମାରୁଥିଲା । ଡ୍ରେନ୍ ଉପରେ ଦୁକାନ,ଘର୍ ଥିବାର ଲାଗି ସବୁ ମଇଲା ପାଏନ୍ ମନ୍ଦିର କେ ଢ଼ୁକୁ ଥିଲା ।ଯାହାକେ ନେଇ ଅସନ୍ତୋଷ ହଉଥିଲେ ମା ଙ୍କର ଭକ୍ତ । ଆର୍ ଗଲା କାଲି ମନ୍ଦିର ର ଉନ୍ନତିକରଣ ଲାଗି ବାଧକ ସାଜୁ ଥିବାର ୧୨ ଟା ଦୁକାନ କେ ଭାଙ୍ଗିଛେ ପ୍ରଶାସନ । ମୋଟ୍ ୨୩ ଟା ଦୁକାନ କେ ହେଇଛେ ନୋଟିସ୍ । ଦୋକାନୀ ମାନକେ ଗଲା ଜୁଲାଇ ୨୫ ତାରିଖ ଉଚ୍ଛେଦ ଲାଗି ନୋଟିସ ହେଇଥିଲା । ଆର୍ ଗଲା କାଲି ଡାକବାଜି ଯନ୍ତ୍ରରେ ଦୋକାନ ଖାଲି ଲାଗି କହିଥିଲା ପ୍ରଶାସନ । ଆର୍ କିଛି ସମିୟା ଗଲା ପରେ ବୁଲଡେଜର ରେ ଦୁକାନ ଭଙ୍ଗା ଯାଇଥିଲା । ଦୁକାନୀ ଙ୍କର ଥଇଥାନ୍ ଲାଗି ପ୍ରଶାସନ ର ପ୍ରତିଶୃତି । ସମଲେଶ୍ୱରୀ ମନ୍ଦିର ର ବିକାଶ ଲାଗି କୋଟି କୋଟି ଟଙ୍କା ମଞ୍ଜୁର ହେଇଥିଲେ ବି ଠପ୍ ରହିଛେ କାମ। ପୂର୍ତ୍ତ ବିଭାଗ ଖାଲି ଛତ୍ ଟେ ପକେଇ କରି ଚୁପ୍ ରହିଯାଇଥିଲା । ପୂଜକ ଙ୍କର ଘର୍, ଡ୍ରେନ୍, ସୌନ୍ଦର୍ଯ୍ୟକରଣ,ଭୋଗ ମଣ୍ଡପ କାମ ଠପ୍ ହେଇଥିଲା । କିନ୍ତୁ ଏବେ ଦୁକାନ ଭଙ୍ଗଲା ପରେ କାମ କେତେ ଦୁର ଆଗକେ ଯାଉଛେ ସେଟା ଦେଖବାର ଲାଗି ସହରବାସୀ ଟାକି ରହିଛନ୍।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!