
ଭୁବନେଶ୍ୱର;୨୫/୧୦(ମୋର୍ ସମିୟା) ଦିନିକିଆ ଓଡ଼ିଶା ଗସ୍ତ ରେ ଆସି ୪:୧୦ ରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିମାନ ବନ୍ଦର ନୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଇନଫୋଭ୍ୟାଲି -୨ ରେ ପହଞ୍ଚିଥିଲେ । ହ୍ୟାଲିପେଡ଼ ରେ ରାଜ୍ୟପାଳ ବ୍ରଜ ମୋହନ ରାମ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡା ସ୍ୱାଗତ କରିଥିଲେ। ଖୋର୍ଦ୍ଧା ଜିଲ୍ଲା ଜଟଣୀ ପାଖେ ୧୭୦ କୋଟି ଟଙ୍କା ବ୍ୟୟ ରେ ବନା ହେଇଥିବାର ଆରବିଆଇ ଡାଟା ସେଣ୍ଟର ଓ ସାଇବର୍ ସୁରକ୍ଷା ତାଲିମ ପ୍ରତିଷ୍ଠାନ ଉଦଘାଟନ କଲେ ମୋଦି ।ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ୨୦୨୩ ମାର୍ଚ୍ଚ ୨୨ ରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଇ କାର୍ଯକ୍ରମ ରେ ଓଡ଼ିଶା ର ରାଜ୍ଯପାଳ ବ୍ରଜ ମୋହନ ରାମ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଆଲ ଓରାମ, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ,ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା, ସାଂସଦ ଅପରାଜିତା ଷଡ଼ଙ୍ଗୀ,ମନୋମହନ ସାମଲ ଉପସ୍ଥିତ ଥିଲେ । କାର୍ଯକ୍ରମ ସରଲା ପରେ ୫:୫୦ ରେ ଆରବିଆଇ ଟ୍ରେନିଂ ସେଣ୍ଟର ନୁ ବାହାରି ଖୋର୍ଦ୍ଧା ହ୍ୟାଲିପେଡ଼ ଯିବେ। ସେନୁ ୬:୩୦ ରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ। ୬:୩୫ ରେ ଭୁବନେଶ୍ଵର ବିମାନ ବନ୍ଦର ନୁ ବାହାରି ୮:୫୫ ରେ ଦିଲ୍ଲୀ ବିମାନ ବନ୍ଦର ରେ ପହଞ୍ଚିବେ ।
ମୋଦି ଙ୍କ ସମ୍ବୋଧନ; ମହାପ୍ରଭୁ ଙ୍କର ଆଶୀର୍ବାଦ ନୁ ଭୁବନେଶ୍ବରରେ ନୂଆ ସଂସ୍ଥା ହେଲା। ଇ ସଂସ୍ଥା ଓଡ଼ିଶା ଆର୍ ଦେଶ ର ବିକାଶ ଲାଗି କାମ କରବା। ଆଜିର ଦିନ ଓଡ଼ିଶା ଲାଗି ବହୁତ୍ ଗୁରୁତ୍ୱପୂର୍ଣ୍ଣ। ଗରୀବ ଲୋକଙ୍କର ବ୍ୟାଙ୍କ ଖାତା ଖୁଲବାର ଲାଗି ଗ୍ୟାରେଣ୍ଟର ଦରକାର ପଡ଼ୁଥିଲା ହେଲେ ଆଜି ଡିଜିଟାଲ ବ୍ୟାଙ୍କିଙ୍ଗ ଘରେ ଘରେ ପହଞ୍ଚିଛେ। ଓଡ଼ିଶାର ୩୮ ଲକ୍ଷ ଲୋକ ଅଟଳ ପେନସନ୍ ଯୋଜନାରେ ଲାଭ ପାଉଛନ୍ । ଓଡ଼ିଶା ଯୁବ ପୀଢ଼ି ଲାଗି ଗୁଟେ ନୂଆ ସମ୍ଭାବନା ହେଇଛେ ବଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍।




