
ଭୁବନେଶ୍ଵର;୩୦/୧୦ (ମୋର୍ ସମିୟା) ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବ ରେ ରାଜ୍ୟ ର ଗଞ୍ଜାମ ଓ ଗଜପତି ଜିଲ୍ଲା ରେ ସଙ୍ଗିନ ସ୍ଥିତି। ଅନେକ ଅଞ୍ଚଲ ଜଳବନ୍ଦୀ ସାଙ୍ଗେ ଯୋଗାଯୋଗ ବିଛିନ୍ନ । ଇ ପରିସ୍ଥିତି ରେ ଚିନ୍ତା ରେ ବନ୍ୟାଞ୍ଚଳ ରେ ପ୍ରଭାବିତ ହେଇଥିବାର OPSC ପରୀକ୍ଷାର୍ଥୀ। ପରୀକ୍ଷା ଘୁଚେଇ ଦେବାର କେ ଛାତ୍ର ଛାତ୍ରୀ କରିଥିଲେ ଦାବି । କିନ୍ତୁ ପରୀକ୍ଷା ଘୁଚାବାର ଲାଗି ନିଷ୍ପତ୍ତି ନାଇ ହେଇ ପରୀକ୍ଷା ନିର୍ଦ୍ଧାରିତ ସମିୟା ରେ ହିଁ ହେବା ବଲି ସୂଚନା ଦେଇଛନ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ଥରେ ପରୀକ୍ଷା ଘୁଚେଇ ଦେଲେ ଫେର୍ ଥରେ ପରୀକ୍ଷା କରବାର ଲାଗି ୬ ମାସ ସମିୟା ଲାଗବା । ସେଥିର ଲାଗି ପରୀକ୍ଷା ନାଇ ଘୁଚେଇ କରି ପରୀକ୍ଷା ସେଣ୍ଟରରେ ପରୀକ୍ଷାର୍ଥୀ କେନ୍ତା କରି ପହଞ୍ଚି ପାରବେ ସେ ବ୍ୟବସ୍ଥା କରାଯିବା କହିଛନ ମନ୍ତ୍ରୀ । ଗଞ୍ଜାମ ଜିଲ୍ଲା ନୁ ୩୨୫ ଆର୍ ଅନ୍ୟ ପ୍ରବାହିତ ଅଞ୍ଚଳ ରୁ ୧୦୦ ଜନ୍ ପରୀକ୍ଷାର୍ଥୀ ଅଛନ ସେମାନକେ ପରୀକ୍ଷା କେନ୍ଦ୍ର ରେ ପହଞ୍ଚାଯିବାର ସରକାର ଙ୍କର ଦାୟିତ୍ୱ। ସେ ଅଞ୍ଚଳ ର ବିଡ଼ିଓ ଙ୍କୁ ଉଚିତ୍ ପଦକ୍ଷେପ ନେବାର ଲାଗି ନିର୍ଦ୍ଦେଶ ଦିଆ ଯାଇଛେ। ବିଡିଓ ମାନେ ପଦକ୍ଷେପ ନେବେ ବଲି ସୂଚନା ଦେଇଛନ ମନ୍ତ୍ରୀ ସୁରେଶ ପୂଜାରୀ।




