ଭିଜିଲାନ୍ସ ଜାଲରେ ବଲାଙ୍ଗିର ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ର ଅଧ୍ୟକ୍ଷ।

ବଲାଙ୍ଗିର;୦୭/୧୧(ମୋର୍ ସମିୟା) ଲାଞ୍ଚ ନେଇକରି ଧରା ପଡ଼ଲେ ବଲାଙ୍ଗିର ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ର ଅଧ୍ୟକ୍ଷ ସୁରେଶ କୁମାର ଦଳବେହେରା। ବଲାଙ୍ଗିର ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ର ୯ ଜଣ ଗେଷ୍ଟ ଇନଷ୍ଟ୍ରକ୍ଟର ଙ୍କର ନୁ ୧ ଲକ୍ଷ ୧୫ ହଜାର ଟଙ୍କା ଲାଞ୍ଚ ଦେବାର କେ ଦାବି କରିଥିଲେ । ପଇସା ନାଇ ଦେଲେ ଚାକିରି ନୁ ଖେଦି ଦେମୀ ବଲି ଧମକ ବି ଦେଇଥିଲେ । ପରେ ଭିଜିଲାନ୍ସ ରେ ଅଭିଯୋଗ କରିଥିଲେ ଇନଷ୍ଟ୍ରକ୍ଟର। ଶୁକ୍ରବାର ବଲାଙ୍ଗିର ରେଲ ଷ୍ଟେସନ ରେ ୩୦ ହଜାର ଟଙ୍କା ଲାଞ୍ଚ ନେଲା ବେଲେ ପୋଲିସ ତାହାକୁ କାବୁ କରବାର ସାଙ୍ଗେ ତାକର ନୁ ୩୦ ହଜାର ଟଙ୍କା ଜବତ କରିଥିଲେ। ଧରା ପଡ଼ବାର ଉତାରୁ ଅଧ୍ୟକ୍ଷ ଙ୍କର ୩ ଟା ଜାଗା ରେ ରେଡ୍ ଚାଲିଛେ। ରାଉରକେଲା ଘରୁ ନଗଦ ୫ ଲକ୍ଷ ୧୬ ହଜାର ଟଙ୍କା ଜବତ ହେଇଛେ। ସମ୍ବଲପୁର ଭିଜିଲାନ୍ସ ଥାନା ରେ କେଶ ନମ୍ୱର୍ ୨୨ ଦୁର୍ନୀତି ନିବାରଣ ଆଇନ ୨୦୧୮ ଧାରା ୭ ଅନୁସାରେ ମାମଲା ରୁଜୁ ହେଇଛେ । ଅଧ୍ୟକ୍ଷ ଙ୍କର ବିରୋଧ ରେ ଆୟବହିର୍ଭୂତ ସମ୍ପତ୍ତି ଦିଗକେ ନେଇ ତଦନ୍ତ ଚାଲବାର୍ ସାଙ୍ଗେ ଭିଜିଲାନ୍ସର ଚଢ଼ାଉ ଜାରି ରହିଛେ ।
ଭିଜିଲାନ୍ସ ସାମ୍ନା ରେ ଧରା ପଡ଼ବାର ଆଗରୁ ବଲାଙ୍ଗିର ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ପରିସର ରେ ଛାତ୍ର ଛାତ୍ରୀ ଙ୍କର ସାମ୍ନା ରେ ଆକ୍ରୋଶ ର ଶିକାର ବି ହେଇଥିଲେ ଅଧ୍ୟକ୍ଷ। କଲେଜ ହେଷ୍ଟଲ ର ଭିିନଭିନ ସମସ୍ୟା କେ ନେଇ କଲେଜ ଅଧ୍ୟକ୍ଷ ସୁରେଶ କୁମାର ଦଳବେହରା ଙ୍କୁ ଘରିଦେଇଥିଲେ ଛାତ୍ର ଛାତ୍ରୀ। ନାରାବାଜି ସାଙ୍ଗେ କମ୍ପୁଥିଲା କଲେଜ କ୍ୟାମ୍ପସ। ଛାତ୍ରୀ ମାନକେ ଦୂର୍ବ୍ୟବହାର୍ କରବାର ନେଇ ଆସିଛେ ସାଂଘାତିକ ଅଭିଯୋଗ। ଯଦି ଯିଏ ମୁହୁଁ ଖୁଲବା ତାର ବିରୋଧ ରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ବଲି ଧମକ ଚମକ ଦଉଥିବାର୍ ନେଇ ଅଭିଯୋଗ କରିଥିଲେ ଛାତ୍ର । ଛାତ୍ର ଛାତ୍ରୀ ଙ୍କର ଅଭିଯୋଗ ସାମ୍ନା ରେ ନିରୁତ୍ତର ହେଇ ପଡ଼ିଥିଲେ କଲେଜ ଅଧ୍ୟକ୍ଷ। କଲେଜ ଅଧ୍ୟକ୍ଷ ସୁରେଶ କୁମାର ଦଳବେହେରା ଙ୍କୁ ବାହାର କରି ନୂଆ ଅଧ୍ୟକ୍ଷ ଆସଲେ ଯାଇ ଆମେ ପାଠ ପଢ଼ମୁ ବଲି ଜିଦ୍ ରେ ଅଟଳ ଥିଲେ ଛାତ୍ର ଛାତ୍ରୀ। କିନ୍ତୁ ଦେଖିବାକୁ ବାକି ରହିଲା ତଦନ୍ତ ପ୍ରକ୍ରିୟା। ଜିଲ୍ଲା ପ୍ରଶାସନ ଛାତ୍ର ଛାତ୍ରୀ ଙ୍କୁ କେବେ ଦେବେ ନ୍ୟାୟ ?




