
ବରଗଡ଼;୨୬/୧୦(ମୋର୍ ସମିୟା) ଆଏବାର ଜାନୁୟାରୀ ୧୨ ନୁ ୨୨ ତାରିଖ ତକ୍ ହେବା ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। କିନ୍ତୁ ଇଥର ଫେର୍ ଥରେ ବିଶ୍ୱ ର ସର୍ବ ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ରେ ଦେଖବାର କେ ମିଲବା ନୂଆ କଂସ। ଗଲା ବଛର କଂସ ଭୂମିକା ରେ ଅଭିନୟ କରୁଥିବାର ସୁଶୀଲ ମେହେର ଙ୍କର ଅଭିନୟ କେ ନେଇ ପ୍ରଶ୍ନ କରିଥିଲେ ସାଧାରଣ ଲୋକେ । କଂସ ବଦଲାବାର କେ ବି ଜୋର୍ ଧରିଥିଲା ଦାବି । କିଛି ଦିନ ଆଗରୁ ଧନୁଯାତ୍ରା ମହୋତ୍ସବ ସମିତିର କାର୍ଯ୍ୟକାରିଣୀ ବୈଠକରେ କଂସ ଭୂମିକା ନୁ ବାଦ ଦେବାର କେ ଦାବି ହେଇଥିଲା । ସୋମବାର ସୁଶୀଲ ମେହେର ଧନୁଯାତ୍ରା ମହୋତ୍ସବରେ ଅଭିନୟରୁ ଅବ୍ୟାହତି ପତ୍ର ବରଗଡ଼ ଜିଲ୍ଲପାଳ ତଥା ଧନୁଯାତ୍ରା ମହୋତ୍ସବ ସମିତିର ସଭାପତି ଆଦିତ୍ୟ ଗୋୟଲଙ୍କୁ ପ୍ରଦାନ କରିଛନ। ସେ ବିଗତ ଦିନ ରେ ତାଙ୍କର ଅଭିନୟ ଲାଗି ଅନେକ ବାଦ ବିବାଦ ଲାଗି ମାନସିକ ଚାପ ରେ ଥିବାର ଲାଗି ଗୁଟେ ବଛର ଲାଗି ବିରତି ନେଇଥିବାର କହିଛନ ସୁଶୀଲ । ସେ ଇ ବଛର ଧନୁଯାତ୍ରା ରେ କଂସ ଭୂମିକା ରେ ଅଭିନୟ କରବାର ଲାଗି ଅକ୍ଷମ କହିଛନ୍। କିନ୍ତୁ ଏବେ କିଏ ନୂଆ କଂସ ଭୂମିକା ରେ ଅଭିନୟ କରବେ ? ନୂଆ ଚେହେରା ଲାଗି ଟାକିଛନ୍ ଲୋକେ । ନୂଆ କଂସ କିଏ ହେବେ ଇତାକେ ନେଇ ଏବେ ଉଠୁଛେ ପ୍ରଶ୍ନ ?



