ଜୀବନଚର୍ଯ୍ୟାତାଜା ଖବରଦେଶ ବିଦେଶ
ପହଲଗାମ ଆକ୍ରମଣ ର କଡ଼ା ଜବାବ ଦେଲା ଭାରତ, ପାକିସ୍ଥାନ ର ୯ ଟା ଜାଗା ଧ୍ବଂସ ।
ଅପରେନ୍ ସିନ୍ଦୂର ସଫଲ୍ ।

ନୂଆଦିଲ୍ଲୀ;୦୭/୦୫(ମୋର୍ ସମିୟା) ପହଲଗାମ୍ ଆକ୍ରମଣ ପରେ ପ୍ରତିଶୋଧ ମୁହାଁ ଥିଲା ଭାରତ । ମଙ୍ଗଳବାର ରାତି ରେ ଅପରେସନ ସିନ୍ଦୂର ହେଇଛେ ସଫଲ୍ । ପାକିସ୍ଥାନ ଓ ପାକ ଅଧିକୃତ କାଶ୍ମୀର ରେ ୯ ଟା ଜାଗା ରେ ଏୟାର ଷ୍ଟ୍ରାଇକ କରିଛେ ଭାରତୀୟ ବାୟୁସେନା । ରାତି ୧.୩୦ ରେ ମିଶାଇଲ ମାଡ଼ କରିଥିବାର ସୂଚନା । ପାକିସ୍ଥାନ ସେନା ର କେନସି ଶିବିର ଉପରେ ଆକ୍ରମଣ ନାଇକରାଯାଇ। ଭାରତୀୟ ସେନା ର ସୂଚନା ଅନୁସାରେ ବର୍ତମାନ ସୁଧା ୯୦ ଜଣ ଆତଙ୍କି ଙ୍କର ମୃତ୍ୟୁ ହେଇଥିବାର ସୂଚନା । ଇ ଆକ୍ରମଣ ରେ ଭାରତୀୟ ସେନା ର କିଛି କ୍ଷୟକ୍ଷତି ନାଇ ହେଇଥିବା ସୂଚନା। ଅପରେସନ ସିନ୍ଦୂର୍ ରେ ବହାବଲପୁର,ମୁରୁଦିକେ, ଗୁଲପୁର୍, ଭୀମବର, ଚକଅମୁର, କୋଟଲି, ସିୟାଲକୋଟ, ବାଗ, ମୁଜଫରାବାଦ ଗୁଇନ୍ଦା ସୂଚନା ଅନୁସାରେ ଇ ୯ ଟା ଜାଗା ରେ ଆତଙ୍କି କେ ଟାର୍ଗେଟ କରିଛେ ସେନା । ଇ ଅପରେସନ ର ମୂଳ ଲକ୍ଷ ଥିଲା ଆତଙ୍କି ଙ୍କର ନିପାତ୍। ଭରତ ର ସବୁନୁ ବଡ଼ ଯୁଦ୍ଧ ବିମାନ ରାଫେଲ କେ ବ୍ୟବହାର କରାଯାଇଥିଲା ।