ତାଜା ଖବର

ବଲାଙ୍ଗିର ରେ ଭୟଙ୍କର ଅଗ୍ନିକାଣ୍ଡ,ଦଁଦା ଜଲିଗଲା ୮ ଦୁକାନ୍।

ସକାଲ ସକାଲ ଲାଗଲା ଜୁଏ।

ବଲାଙ୍ଗିର;୨୬/୦୬(ମୋର୍ ସମିୟା) ବଲାଙ୍ଗିର ୨୬ ନମ୍ୱର୍ ଜାତୀୟ ରାଜପଥ ଗାନ୍ଧୀନଗର ପଡ଼ା ର ଗୁଟେ ମାର୍କେଟ କମ୍ପ୍ଲେକ୍ସ ରେ ଭୟଙ୍କର ଅଗ୍ନିକାଣ୍ଡ। ଜଲିଗଲା ୮ ଦୁକାନ। ଆଜି ସକାଲେ ଗାନ୍ଧୀନଗର ପଡ଼ା ରେ ଥିବାର ୩ ମହଲା ର ମାର୍କେଟ କମ୍ପ୍ଲେକ୍ସ ରେ ଧୂଆଁ ବାହାରୁଥିବାର୍ ଦେଖି ସ୍ଥାନୀୟ ଲୋକ ମାନେ ଅଗ୍ନିଶମ ବାହିନୀ କେ ଖବର ଦେଇଥିଲା । ଗୁଟେ ପରେ ଗୁଟେ ଦୁକାନ କେ ମାଡ଼ି ବସିଥିଲା ଜୁଏ। ଦୋକାନ ରେ ଥିବାର ଲକ୍ଷାଧିକ ଟଙ୍କା ର ସମାନ ପୁଡି ଛାରଖାର। ଖବର ପାଇ କରି ବଲାଙ୍ଗିର ଅଗ୍ନିଶମ ବାହିନୀ ର ଦୁଇଟା ଗାଡ଼ି ଆସି ଜୁଏ କେ ଆୟତ୍ତ କରବାର ଚେଷ୍ଟା କରିଥିଲେ । କେନ୍ ଥିର୍ ଲାଗି ଜୁଏ ଲାଗିଛେ ନାଇ ଜଣା ପଡିଥିବାର ବେଲକେ,ପ୍ରାଥମିକ ତଦନ୍ତ ନୁ ସଟ୍ ସର୍କିଟ ନୁ ଜୁଏ ଲାଗିଥିବାର ଜଣା ପଡ଼ିଛେ । ଏତେ ବେଲତକ୍ ଦୁକାନ୍ ମାନଙ୍କର କ୍ଷୟକ୍ଷତି ଆକଳନ ନାଇ କରାଯିବାର । ଦୁକାନ ମାନଙ୍କର ଭିତରେ ଗୁଟେ ଫର୍ନିଚର୍ ଦୁକାନ, ବେଟରି ଗାଡ଼ି ର ସର୍ଭିସ୍ ସେଣ୍ଟର, ହିରୋ ଗାଡ଼ି ର ମୋଟର ପାର୍ଟସ୍, ମେଡିସିନ ଦୁକାନ , ମିକ୍ସଚର ଦୁକାନ,ଗ୍ୟାରେଜ ଦୁକାନ ଏନ୍ତା ଭିନଭିନ୍ ଦୁକାନ ମାନେ ରହିଛେ । ସର୍ଭିଟ ସେଣ୍ଟର ରେ ଜୁଏ ଲାଗି କରି ଜଲି ଯାଇଛେ ପଖାପାଖି ୨୦ ଟା ଗାଡ଼ି ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!