
ବଲାଙ୍ଗିର;୨୪/୦୮(ମୋର୍ ସମିୟା) ବଲାଙ୍ଗିର ସହର ଖୁଜେନପାଲି ରେଲ ଫାଟକ ପାଖେ ଅଘଟଣ । ସୋମବାର ବଲାଙ୍ଗିର ଷ୍ଟେସନ୍ ରୁ ଯାଉଥିବାର ସମଲେଶ୍ୱରୀ ଏକ୍ସପ୍ରେସ୍ ଟ୍ରେନ୍ ରେ ପିଟି ହେଇକରି ତଲେ ପଡ଼ିଗଲେ ମହିଳା । ମହିଳା ଜଣକ ହେଲେ ପାଟଣାଗଡ଼ ଥାନା ଉଲବା ଗାଁର ପଦ୍ମାବତୀ ମେହେର । ଘଟଣା ର ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଥିଲେ ରେଳବାଇ ପୋଲିସ । ଗୁରୁତର ଅବସ୍ଥାରେ ପଦ୍ମାବତୀ କେ ଭୀମ ଭୋଇ ଡାକ୍ତରଖାନା କେ ନିଆ ଯାଇଥିଲା । ତାଙ୍କର ମୁଡ ଆର୍ ଗୋଡ ରେ ଆଘାତ ହେଇଥିବାର ଜଣାପଡ଼ିଛେ । ଅଧିକା ତଦନ୍ତ କରୁଛେ ରେଳବାଇ ପୋଲିସ।



