୮ ଦିନ୍ ଲାଗି ଯାଇ ଥିଲେ କେନ୍ତା ରହିଗଲେ ୨୮୬ ଦିନ୍..??
ଭାରତ କେ ଆସଲେ ସୁନିତା

ଇହାଦେ ଯେନ୍ ଆଡ଼େ ଯିବ ସବୁଠାନେ ଚର୍ଚ୍ଚା ହଉଛେ ଖାଲି ଗୁଟେ ନାଁ, ଆର୍ ସେଟା ହଉଛେ ‘ସୁନିତା ୱିଲିଅମ୍’।
ଗଲା ବଛର ୨୦୨୪, ଜେଷ୍ଟ୍ ମାସେ- ସୁନିତା ୱିଲିଅମ୍ ପୃଥିବୀ ନୁ ମହାକାଶ କେ ଯାତ୍ରା କରିଥିଲେ। ଯାହାର ମୂଳ ଲକ୍ଷ ଥିଲା ମହାକାଶ ରେ ୮ ଦିନ୍ ରହିକରି ପୃଥିବୀ କେ ଫିରି ଆସବା। ହେଲେ ହେନୁ କିଛି ଯାନ୍ତ୍ରିକ ତ୍ରୁଟି ଦେଖଯାଇଥିଲା,ସେଥିର୍ ଲାଗି ପୃଥିବୀ କେ ଫିରିବାର୍ ଟା ମୁସ୍କିଲ୍ ହେଇଯାଇଥିଲା। ଇନେ ଗୁଟେ ପ୍ରଶ୍ନ ଉଠୁଛେ ଯେ – ‘ଯଦି ୮ ଦିନ୍ ଲାଗି ଯାଇଥିଲେ, ତ କେନ୍ତାକରି ୯ ମାସ୍ ତକ୍ ମହାକାଶ ରେ ରହିଗଲେ ଆର୍ ସୁରକ୍ଷିତ ରେ ପୃଥିବୀ କେ ବି ଫିର୍ଲେ’
କାରନ୍ ମହାକାଶ ରେ ଗୁଟେ ସ୍ପେସ୍ ଷ୍ଟେସନ ରହିଛେ, ଯେନ୍ତା ପୃଥିବୀ ରେ ବସ୍ ଷ୍ଟେସନ ଆର୍ ରେଳୱେ ଷ୍ଟେସନ୍ ରହିଥିସି, ସେନ୍ତା ମହାକାଶ ରେ ‘ଆନ୍ତର୍ଜାତିକ ମହାକାଶ ଷ୍ଟେସନ’ କିମ୍ବା ‘International Space Station’ ରହିଛେ।
ଯେନ କି ମହାକାଶଚାରୀ ମାନଙ୍କର୍ ଲାଗି ରହେବାର ଆଉ ଖେବାର୍ ସୁବିଧା ରହିଛେ। ସେହି ମହାକାଶ ଷ୍ଟେସନ୍ କେ ୨ ମାସେ ଆର୍ ୩ ମାସେ ଘେ ମହାକାଶଚାରୀ ମାନ ଙ୍କର୍ ଲାଗି ଖେବାର୍ ଜିନିଷ ସବୁ ପଠା ଯାଉଥିଲା।
ସେଥିର୍ ଲାଗି ବଳି ‘ସୁନିତା ୱିଲିଅମ୍’ ୮ ଦିନ୍ ଲାଗି ଯାଇକରି ୨୮୬ ଦିନ୍ ତକ୍ ମହାକାଶ ରେ ରହି ପାର୍ଲେ ଆର୍ ପୃଥିବୀ କେ ବି ସୁରକ୍ଷିତ ହିସାବ ପହଞ୍ଚି ଗଲେ।