
ଭୁବନେଶ୍ଵର;୧୭/୧୦ (ମୋର୍ ସମିୟା) ଆଜି ଓଡ଼ିଶା ଆସିବେ ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ। ଆଜି ଭୁବନେଶ୍ଵର ପହଞ୍ଚିବାର ପରେ ପୁରୀ ଯାଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ର ଦର୍ଶନ କରବେ ନୂଆ ରାଜ୍ୟପାଳ । ତାର ପରେ ଆଏବାର କାଲି ଅର୍ଥାତ୍ ଅକ୍ଟୋବର ୧୮ ତାରିଖ ସକାଳ ୧୧ ବଜେ ରାଜ୍ୟପାଳ ଭାବରେ ଶପଥ ନେବେ ବ୍ରଜ ମୋହନ ରାମ।
ଆଜି ସକାଳେ ୧୧.୩୦ ରେ ରାଞ୍ଚି ର ବିର୍ଷମୁଣ୍ଡା ବିମାନ ବନ୍ଦର ନୁ ସ୍ୱତନ୍ତ୍ର ବିମାନ ରେ ବାହାରି ୧୨.୩୦ ରେ ଭୁବନେଶ୍ଵର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବେ। ସେନ ତାହାକୁ ଗାର୍ଡ ଅଫ୍ ଅନର୍ ଦେବାର ସାଙ୍ଗେ ସ୍ୱାଗତ ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି,ବିଧାନସଭା ବାଚସ୍ପତି ସୁରମା ପାଢ଼ୀ,ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ,ପୋଲିସ ଡିଜି ବିନୟତୋଷ ମିଶ୍ର ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ । ସେନୁ ପୁରୀ ଯାଇ ଦର୍ଶନ ସାରି ସନ୍ଧ୍ୟା ରେ ଫେର୍ ଭୁବନେଶ୍ୱର ଫେରି ଆସି ଲୋକସେବା ଭବନ ରେ ପହଞ୍ଚିବେ ରାଜ୍ୟପାଳ। ନବ ନିଯୁକ୍ତ ରାଜ୍ୟପାଳ ଙ୍କର ଗସ୍ତ ଲାଗି ପ୍ରଶାସନ ପକ୍ଷରୁ କଡ଼ା କଡି ପ୍ରସ୍ତୁତି ।



