
ବଲାଙ୍ଗିର;୧୫/୦୮ (ମୋର୍ ସମିୟା) ଗଲା କାଲି ନୁ ଅପହରଣ ହେଇଥିବାର ବଲାଙ୍ଗିର ର ପ୍ରତିଷ୍ଠିତ ବ୍ୟବସାୟୀ ଭୁବନେଶ୍ଵର ନୁ ଉଦ୍ଧାର। ଖଣ୍ଡଗିରି ଥାନା ଅଞ୍ଚଳ ନୁ ଉଦ୍ଧାର କଲା ବଲାଙ୍ଗିର ପୋଲିସ । ୫ ରୁ ୭ ଜଣ ଅପହରଣ କରିଥିବାର ନେଇ ସୂଚନା । ୨୪ ଘଣ୍ଟା ଭିତରେ ପୋଲିସ ଉଦ୍ଧାର କରିଥିବାର ଲାଗି ପୋଲିସ ପ୍ରସାଶନ କେ ଧନ୍ୟବାଦ ଦେଇଛନ ପରିବାର ଲୋକେ । କିନ୍ତୁ ବର୍ତ୍ତମାନ୍ ସୁଦ୍ଧା ବ୍ୟବସାୟିକ ଶତ୍ରୁତା କି ଆଉ କେନ୍ ଥିର ଲାଗି ଅପହଣ କରିଥିଲେ ସେଟା ଅସ୍ପଷ୍ଟ ରହିଛେ । କିନ୍ତୁ ତାଙ୍କୁ ଅପହରଣକାରି ମାନେ ମାଡ଼ ମାରି ଥିବାର ମୁହୁଁ ନୁ ଜଣା ପଡ଼ୁଛେ ।
ଏସପି ଅଭିଳାଷ ଜି ଙ୍କର ସୂଚନା ;
ଇ ଘଟଣା ରେ ପୋଲିସ ଜଣେ କେ ଅଟକ ରଖିଛେ। ଅପହରଣ ରେ ବ୍ଯବହାର ହେଇଥିବାର ଗାଡ଼ି ବି ପୋଲିସ ଜବତ କରିଛେ। ଇ ଘଟଣା ରେ ବିହାର କିମ୍ବା ଝାରଖଣ୍ଡ ର କିଛି ଲିଙ୍କ୍ ନାଇ ଥିବାର ଏସପି ସ୍ପଷ୍ଟ କରିଛନ୍ । ବ୍ୟବସାୟୀ ଙ୍କର ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ପାଖେ ଥିବାର ସରକାରୀ ଡାକ୍ତରଖାନା କେ ନିଆ ଯାଇଛେ । ସ୍ୱାସ୍ଥ୍ୟ ବ୍ୟବସ୍ଥା ଯାଞ୍ଚ ପରେ ବ୍ୟବସାୟୀ ଙ୍କୁ ପୋଲିସ ନେଇ କରି ବଲାଙ୍ଗିର ଆସବେ । ଇ ଘଟଣା ଗୁଟେ ବନ୍ଧୁକ ବି ପୋଲିସ ଜବତ କରିଛେ। ବଲାଙ୍ଗିର ଓ ଭୁବନେଶ୍ୱର ପୋଲିସ ର ମିଳିତ ପ୍ରୟାସ ରେ ବ୍ୟବସାୟୀ ଙ୍କୁ ଉଦ୍ଧାର।




