ବଲାଙ୍ଗିର;୨୭/୧୦(ମୋର୍ ସମିୟା) ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଲା ଗାଁ ରେ ରବିବାର ରାତି ଘଟିଛେ ଜଘନ୍ୟ ହତ୍ୟାକାଣ୍ଡ। ସେ ଜଣେ ଅବସରପ୍ରାପ୍ତ ପୋଲିସ କର୍ମଚାରୀ ଙ୍କର ପୁଅ ବଲି ଜଣାପଡ଼ିଛେ । ଗଲା କାଲି ରାତି କେତେ ଟା ସାଙ୍ଗ ମିଶି ଗାଁ ରେ ଭୂଜିଭାତ୍ କରିଥିଲେ, ପରେ ସେହି ସାଙ୍ଗ ମାନେ ଯୁବକ କେ ହତ୍ୟା କରିଥିବେ ବଲି ଅଭିଯୋଗ କରୁଛନ ପରିବାର ଲୋକେ । ଘଟଣା ସ୍ଥଳରେ ରେ ଦେଓଗାଁ ପୋଲିସ ଆର୍ ସାଇନଟିଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ । ପ୍ରାଥମିକ ତଦନ୍ତ ନୁ ୩ ଜଣ କେ ଦେଓଗାଁ ଥାନା ରେ ଅଟକ ରଖିଛେ ପୋଲିସ । ମୃତକ ହେଲେ ସୁଜିତ୍ କୁମାର ଭୋଇ । ପୋଲିସ ମୃତ ଦେହ କେ ଜବତ କରି ଶବ ବ୍ୟବଚ୍ଛେଦ ଲାଗି ପଠେଇ ଦେଇଛେ । କିନ୍ତୁ ବର୍ତ୍ତମାନ ସୁଦ୍ଧା ବି ଘଟଣା ପଛର କାରଣ ଜଣା ନାଇପଡ଼ବାର। ସାଙ୍ଗ ମାନେ ମଦ୍ୟପାନ କରି ନିଶାସକ୍ତ ଅବସ୍ଥା ରେ କିଛି ବଚସା ହେବାର ନୁ ହତ୍ୟା ହେଇଥିବାର ସନ୍ଦେହ।




