
ବରଗଡ଼;୦୪/୦୭(ମୋର୍ ସମିୟା) ଆନ୍ଦୋଲନ ରେ ବସିଛନ ଡାକ୍ତର । ପ୍ରଭାବିତ ହେଉଛେ ରୋଗୀ ସେବା । ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖବାର କେ ମିଲିଛେ ଗୁଟେ ଏନ୍ତା ଦୁରୁସ। ବରଗଡ଼ – ବିଜେପୁର ରାସ୍ତା ଏକାମ୍ର ଛକ୍ ରେ ଗୁଟେ ପିକଅପ୍ ଗାଡ଼ି ଧକ୍କା ନେ ୩ ଜନ୍ ଯୁବକ ଗୁରୁତର ଆହତ ହେଇଥିଲେ । ଆହତ ଯୁବକ ମାନେ ହେଲେ ଧୂସରବାହାଲ ଗାଁର୍ ମହେନ୍ଦ୍ର ବୁଡେକ (୨୧), ବନ୍ଦୋନବାହାଲ ଗାଁ ର ରାକେଶ (୨୪) ଆର୍ ଭୀମ ଭୁଏ(୨୦) । ଦୂର୍ଘଟଣା ଉତାରୁ ପାଖେ ଥିବାର ଲୋକ ମାନେ ଗୁରୁତର ଯୁବକ ମାନକେ ଉଦ୍ଧାର କରି ଅଏତକା ଚିକିତ୍ସା ଲାଗି ବରଗଡ଼ ମୁଖ୍ୟ ଡାକ୍ତରଖାନା କେ ପଠେଇଥିଲେ । ଗୁରୁତର ଯୁବକ ମାନେ ଡାକ୍ତରଖାନା ଆସବାର ବେଲକେ ଆନ୍ଦୋଲନ ରେ ବସିଥିଲେ ବରିଷ୍ଠ ଡାକ୍ତର । ସେନ ଥିବାର ଜଣେ ଜୁନିୟର ଡାକ୍ତର ପ୍ରାଥମିକ ଚିକିତ୍ସା କରି ଅଏତକା ଚିକିତ୍ସା ଦରକାର ଥିବାର ନୁ ବୁର୍ଲା ସ୍ଥାନାନ୍ତର କରିଥିଲେ । ଇ ଆନ୍ଦୋଲନ ଟା ଆଗାମୀ ଦିନ୍ ରେ ଯଦି ଏନ୍ତା ଲାଗି ରହେ ତାହେଲେ ବହୁତ୍ ଅସୁବିଧା ହେବାର ସାଙ୍ଗେ ରୋଗୀ ସେବା ବ୍ୟାଘାତ ହେବା ଆର୍ କାହାର ଜୀବନ ଯିବାର ବି ସମ୍ଭାବନା ରହିଛେ । ତୁରନ୍ତ ସରକାର ଡାକ୍ତର ଙ୍କର ସାଙ୍ଗେ ଆଲୋଚନା କରି ଆନ୍ଦୋଲନ ବନ୍ଦ୍ କରାଲେ ରୋଗୀ ମାନେ ସୁବିଧା ପାଇବେ ବଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ।




